Advertisement

ଖାଦ୍ୟରେ ବାହାରିଲା ଝିଟିପିଟି : ୧୪ ଛାତ୍ର ଅସୁସ୍ଥ

ଭଦ୍ରକ,୩୦।୬(ସନାତନ ରାଉତ): ଭଦ୍ରକ ସହରର ମୋଟେଲ ଛକସ୍ଥିତ ଦାମୋଦର ଆଇଆଇଟିର ୧୪ଛାତ୍ର ଅସୁସ୍ଥହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସିତ ହୋଇ ବିଳମ୍ବିତ ରାତିରେ ହଷ୍ଟେଲକୁ ଫେରଥିଲେ।
ସୂଚନାମୁତାବକ, ଭଦ୍ରକ ସହରର ମୋଟେଲ ଛକଠାରେ ଥିବା  ଦାମୋଦର ଆଇଆଇଟିର ଛାତ୍ରମାନେ ସବୁଦିନପରି ଗୁରୁବାର ରାତିଭୋଜନ କରିଥିଲେ । ଖାଇବା ବେଳେ ଡାଲମାରେ  ଏକ ଝିଟିପିଟି ପଡିଥିବା ଦେଖିଥିଲେ। ଏହାପରେ  ଝିଟିପିଟିକୁ ବାହାର କରି ଦିଆଯାଇଥିଲା। ମାତ୍ର ପୂର୍ବରୁ ଯେଉଁମାନେ ଖାଦ୍ୟ ଖାଇଥିଲେ ସେମାନେ  କିଛି ସମୟପରେ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ଆଇଆଇଟି କତ୍ତୃପର୍କ୍ଷ ୧୪ଜଣ ଛାତ୍ରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତ ଛାତ୍ରଙ୍କୁ ଚିକିତ୍ସା କରାଯିବା ପରେ ବିଳମ୍ବିତ ରାତିରେ ମେଡିକାଲରୁ ଫେରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share