ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ ଫୁଡ୍‌ ପ୍ୟାକେଜିଂ ଫୋରମ ଫାଉଣ୍ଡେଶନ ନାମକ ଏକ ଏନ୍‌ଜିଓ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନର ତଥ୍ୟ ଗୁରୁବାର ‘ଜର୍ନାଲ ଅଫ୍‌ ଏକ୍ସପୋଜର ସାଇନ୍ସ ଆଣ୍ଡ ଏନ୍‌ଭରମେଣ୍ଟାଲ ଏପିଡେମିଓଲୋଜି’ରେ ପ୍ରକାଶ ପାଇଛି। ତେବେ ମଣିଷ ଶରୀରରୁ ମିଳିଥିବା ୩,୬୦୦ କେମିକାଲ ମଧ୍ୟରୁ ୧୦୦ କେମିକାଲ ସ୍ବାସ୍ଥ୍ୟ ପ୍ରତି ଚିନ୍ତାଜନକ ହୋଇଥିବା ନେଇ ଏହି ଅଧ୍ୟୟନର ମୁଖ୍ୟ ଗବେଷକ ବିର୍‌ଗିଟ ଗ୍ୟୁକେ କହିଛନ୍ତି। ଉକ୍ତ ୧୦୦ କ୍ଷତିକାରକ କେମିକାଲ ମଧ୍ୟରୁ କେତେକଙ୍କୁ ନେଇ ପୂର୍ବରୁ ମଧ୍ୟ ଅଧ୍ୟୟନ ହୋଇଛି।

 

ଖାସ୍‌କରି ‘ପର୍‌ ଆଣ୍ଡ୍‌ ପଲିଫ୍ୟୁରୋକିଲ୍‌ ସବ୍‌ଷ୍ଟାନ୍ସେସ (ପିଏଫ୍‌ଏସ୍‌)’ ଏବଂ ‘ବିସ୍ଫେନଲ ଏ(ବିପିଏ)’ ପରି କେତେକ ରାସାୟନିକ ପଦାର୍ଥ ମଣିଷ ଶରୀର ପ୍ରତି କ୍ଷତିକାରକ ହୋଇଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଉଭୟ କେମିକାଲ ଉପରେ ନିଷେଧାଦେଶ ଲଗାଇବା ପାଇଁ ବହୁ ଦେଶ ସ୍ଥିର କରିଥିବା ନେଇ ଗ୍ୟୁକେ କହିଛନ୍ତି। ତେବେ ଅନ୍ୟ ସମସ୍ତ କେମିକାଲଗୁଡ଼ିକର ସ୍ବାସ୍ଥ୍ୟ ଉପରେ ପ୍ରଭାବ ନେଇ ବିଶେଷ ତଥ୍ୟ ଉପଲବ୍ଧ ନାହିଁ। ତେବେ ଅଧ୍ୟୟନରୁ ମିଳିଥିବା ୧୦୦ କ୍ଷତିକାରକ କେମିକାଲକୁ ଛାଡ଼ି ଅନ୍ୟ ସମସ୍ତ କେମିକାଲଗୁଡ଼ିକ ମଣିଷ ଶରୀର ଉପରେ କେଉଁ ପ୍ରଭାବ ପକାଉଛି, ସେନେଇ ବ୍ୟାପକ ଅଧ୍ୟୟନର ଆବଶ୍ୟକତା ରହିଛି। ମଣିଷ ଶରୀରରେ ମିଳିଥିବା ସମସ୍ତ କେମିକାଲ କେବଳ ଖାଦ୍ୟ ପ୍ୟାକେଜିଂ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିଛି କିମ୍ବା ଏହାର ଅନ୍ୟାନ୍ୟ ଉତ୍ସ ରହିଛି ତାହା ଉକ୍ତ ଅଧ୍ୟୟନରୁ ସ୍ପଷ୍ଟ ହୋଇନାହିଁ। ତେଣୁ ଏନେଇ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ଗ୍ୟୁକେ କହିଛନ୍ତି।

ତେବେ ପୂର୍ବରୁ ମଧ୍ୟ ଗବେଷକମାନେ ମଣିଷ ଶରୀରରୁ ଖାଦ୍ୟ ପ୍ୟାକେଜିଂ ଜରିଆରେ ଆସୁଥିବା ୧୪ ହଜାର କେମିକାଲ ଚିହ୍ନଟ କରିଥିଲେ। ଉକ୍ତ ସମସ୍ତ ରସାୟନିକ ପଦାର୍ଥ ପ୍ଲାଷ୍ଟିକ, ଧାତୁ, କାଗଜ କିମ୍ବା କାଚ ଆଦିରେ ପ୍ରସ୍ତୁତ ପ୍ୟାକେଜିଂ ସାମଗ୍ରୀ ମାଧ୍ୟମରେ ଖାଦ୍ୟରେ ପ୍ରବେଶ କରିଥାଏ ବୋଲି ଅନୁମାନ କରାଯାଇଥିଲା। ସେହିପରି ଉକ୍ତ କେମିକାଲଗୁଡ଼ିକ ଖାଦ୍ୟ ପ୍ରସ୍ତୁତି ସମୟରେ ରୋଷେଇ ଘରର ବାସନକୁସନ କିମ୍ବା ଫ୍ୟାକ୍ଟ୍ରିରେ ଖାଦ୍ୟ ସାମଗ୍ରୀର ପରିବହନ ପାଇଁ ବ୍ୟବହୃତ ହେଉଥିବା କନ୍‌ଭେନର୍‌ ବେଲ୍ଟ ଆଦି ମାଧ୍ୟମରେ ଖାଦ୍ୟରେ ମିଶିଥାଏ ବୋଲି ବୈଜ୍ଞାନିକମାନେ ଅନୁମାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

କାହିଁକି ଅବସର ବୟସ ସୀମା ବଢାଇଲା ଚାଇନା, କରଜ ଦେଉଥିବା ଡ୍ରାଗନ ପାଖରେ ନାହିଁ…

ବେଜିଂ,୧୯।୯: ଚାଇନାରେ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ଏବଂ କର୍ମଚାରୀଙ୍କ ବୟସ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଅବସର ବୟସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri