ଫୁଟ୍‌ପାଥ ଉପରେ ରହିବନି ଫୁଡ୍‌ ଷ୍ଟଲ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ ପାଇଁ ବିଏମ୍‌ସିର ବିଜ୍ଞପ୍ତି ପ୍ରକାଶ ପାଇଛି । ରାସ୍ତା, ଫୁଟ୍‌ପାଥ, ଡ୍ରେନ୍‌ ଉପରେ ଖାଦ୍ୟ ଷ୍ଟଲ ରହିପାରିବନି। ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନ ଥିଲେ ଖାଦ୍ୟ ପରିବେଷଣ ହୋଇପାରିବନି । ପାର୍କିଂ ପାଇଁ ଜାଗା ନ ଥିଲେ କେବଳ ପାର୍ସଲ ଦେଇପାରିବେ। ରାସ୍ତା ଉପରେ ପାର୍କିଂ ହୋଇଥିଲେ ଗାଡ଼ି ସିଜ୍‌ କରାଯିବା ସହ ମାଲିକଙ୍କୁ ଜରିମାନା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ତେବେ ଏହାକୁ ବାରମ୍ବାର ଉଲ୍ଲଂଘନ କଲେ ଟ୍ରେଡ ଲାଇସେନ୍ସ ବାତିଲ କରାଯିବ। ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ ହେବା ଆବଶ୍ୟକ। ଦୁଇଟି ଡଷ୍ଟବିନ୍‌ ରଖିବେ, ସେଥିରେ ଓଦା ଓ ଶୁଖିଲା ଆବର୍ଜନା ରଖିବେ। ନିଜ ଦୋକାନଠାରୁ ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବାକୁ ପଡ଼ିବ। ବିଏମ୍‌ସିର ସ୍ବତନ୍ତ୍ର ଦଳ ସହରସାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରିବେ। ତେବେ ଏହିସବୁ ନିୟମ ନ ମାନିଲେ ଜରିମାନା ଦେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share