Categories: ବାଣିଜ୍ୟ

ଫୁଡ୍‌ ଷ୍ଟାର୍ଟଅପ୍‌ ‘ଫ୍ୟାଟ୍‌ ଟାଇଗର’ ଉଦ୍‌ଘାଟିତ

ଭୁବନେଶ୍ୱର,୭ା୧: ମଲ୍‌ଟି ବ୍ରାଣ୍ଡ୍‌ ଫୁଡ୍‌ ଷ୍ଟାର୍ଟଅପ୍‌ ୟୁନିଟ୍‌ ‘ଫ୍ୟାଟ୍‌ ଟାଇଗର’ର ପ୍ରଥମ ଆଉଟଲେଟ୍‌ ସ୍ଥାନୀୟ ପଟିଆ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଉଟଲେଟ୍‌ ନିର୍ଦ୍ଦେଶିକା ନେହା ଗୁପ୍ତା ପାରୁଲ ଅଗ୍ରୱାଲ ଏବଂ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷକରି ଫ୍ୟାଟ୍‌ ଟାଇଗର’ ବଲିଉଡ୍‌ ନାୟିକା ପରିଣିତି ଚୋପ୍ରାଙ୍କ ପ୍ରିୟ ଖାଦ୍ୟ ବ୍ରାଣ୍ଡ୍‌ ହୋଇଥିବାରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହାର ଚାହିଦା ଅଧିକ ରହିଛି। ଏଠାରେ ଉଭୟ ଗରମ ଏବଂ ଥଣ୍ଡା ଚା’ ଓ କଫିର ଏକ ସମ୍ଭାର ସହ ମିଲ୍କ ସେକ୍‌ ମୋଜିଟୋ ସହ ବର୍ଗର, ମୋମୋ, ସାଣ୍ଡଉଇଚ୍‌, ପିଜା ଭଳି କେତେକ ଚାହିଦାଜନକ ଫାଷ୍ଟଫୁଡ୍‌ ଖାଦ୍ୟ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ ବୋଲି ଆଉଟଲେଟ୍‌ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଆଉଟଲେଟ୍‌ର ଡାଇରେକ୍ଟର ନେହା ଗୁପ୍ତା କହିଛନ୍ତି, ସବୁ ବର୍ଗର ଖାଦ୍ୟପ୍ରିୟ ଲୋକମାନଙ୍କୁ ସବୁଠାରୁ ସୁସ୍ବାଦୁ, ସ୍ଥାୟୀ ଏବଂ ଉନ୍ନତମାନର ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗଇବା ସହ ଗୁଣାତ୍ମକ ଖାଦ୍ୟ ଓ ଉତ୍ତମ ପରିବେଶ ପ୍ରଦାନକୁ ଏଠାରେ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ଏହା ଯୁବବର୍ଗଙ୍କ ମଧ୍ୟରେ ‘ଫ୍ୟାଟ୍‌ ଟାଇଗର’ ଫୁଡ୍‌ ବ୍ରାଣ୍ଡ୍‌ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବେଶ୍‌ ଆଦୃତ ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି।

Share