କଳାବଜାରୀଙ୍କୁ କଡ଼ା ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୦ା୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ମଧ୍ୟ ସତର୍କ ରହିଛନ୍ତି। କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଦେଖି ଅସାଧୁ ବ୍ୟବସାୟୀ କଳାବଜାର କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ତାଗିଦ୍‌ କରିଛନ୍ତି। ଏପରିକି ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାର ନ ହୁଏ ସତର୍କ ରହିବାକୁ ମନ୍ତ୍ରୀ ଜନସାଧାଣଙ୍କୁ ପରାମର୍ଶ ଦେଇଛନ୍ତି।

ବଙ୍ଗୋପସାଗରରେ ବାତ୍ୟା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ସ୍ପଷ୍ଟ ସୂଚନା ଦେଇଛନ୍ତି। ୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୋଇ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ଆଇଏମ୍‌ଡି ଡିଜି ଆକଳନ କରିଛନ୍ତି।

ଆସନ୍ତା ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ ତାରିଖରେ ବର୍ଷା ଅଧିକ ହେବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ। କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବ। ଏପରିକି ଆଉ କିଛି ସ୍ଥାନରେ ୩୦ ସେମିରୁ ଅଧିକ ବର୍ଷା ହେବ ବୋଲି ମୃତ୍ୟୁଞ୍ଜୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ...

ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ...

ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ...

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା...

ଅତିରିକ୍ତ ନିର୍ବାହୀ ଅଧିକାରୀରୁ ଓଏଏସ୍‌ରେ ବାଜି ମାରିଲେ ପ୍ରତୀକ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଭବାନୀପାଟଣା ଇରିଗେସନ କଲୋନୀ ଲେନ୍‌ ନମ୍ବର-୬ରେ ରହୁଥିବା ପ୍ରତୀକ ରଥ ୩୭୮ ନମ୍ବର ସ୍ଥାନ...

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସୁବିଧା ଅସୁବିଧା ବୁଝିଲେ

ପୁରୀ,୨୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରାଜ୍ୟର ବିଭିନ୍ନ ଜିଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ...

ଲକ୍ଷ୍ମୀପୂଜା ଦେଖି ଫେରୁଥିଲେ: ହାତୀ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ

ସୁନ୍ଦରଗଡ଼,୨୦ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅଧୀନ କନ୍ଦରକେଲା ପଞ୍ଚାୟତ ବାଉଁଶଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ...

ଶାଶୂଘରେ ରହି ପାଇଲି ଓଏଏସ୍‌

ପାଇକମାଳ,୨୦।୧୦(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳର ବୋହୁ ତଥା ନୟନ ମେହେରଙ୍କ ସ୍ତ୍ରୀ ଡଲି ମେହେର ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଶନିବାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri