Advertisement

ନବୀନଙ୍କୁ ନେଇ ଏହି ବଡ଼ କଥା କହିଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ…

କଟକ,୨୦ା୧୦: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏକ ବଡ଼ କଥା କହିଦେଇଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
କୃଷ୍ଣଚନ୍ଦ୍ର କହିଛନ୍ତି, ପାଣ୍ଡିଆନଙ୍କୁ ଆଗକୁ ଆଣିଲେ ବିଜେଡିର ବହୁ କ୍ଷତି ହେବ। ଏମିତିରେ ନବୀନ ବାବୁଙ୍କ ବୟସ ଅଧିକ ହୋଇଗଲାଣି। ସେ ଆଉ ବୁଲାବୁଲି କରିପାରୁନାହାନ୍ତି। ପାଣ୍ଡିଆନଙ୍କୁ ଆଉ ଲୋକ ବିଶ୍ୱାସ କରିବେ ନାହିଁ। ତେଣୁ ବିଜେଡି ଆଉ ରହିବ ନାହିଁ। କୃଷ୍ଣଚନ୍ଦ୍ର ଏପରି କହିବା ପରେ ରାଜ୍ୟ ରାଜ୍ୟନୀତି ବେଶ୍‌ ସରଗରମ ହୋଇଉଠିଛି।

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆୟୋଜିତ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦେଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ୍‌ କରିଛନ୍ତି। ଅସାଧୁ ବ୍ୟବସାୟୀ କଳାବଜାର କଲେ ସେମନାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାର ନ ହୁଏ ସତର୍କ ରହିବାକୁ ସୂଚେଇ ଦେଇଛନ୍ତି ମନ୍ତ୍ରୀ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share