ବିଜେଡିକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ, କହିଲେ…

ସିଂହପୁର,୧୯।୧୦(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ କାଳୀପଡ଼ିଆଠାରେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ଭାଜପା ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବିଞ୍ଝାରପୁରରେ ବିଗତ ସରକାରରେ ହୋଇଥିବା ଦୁର୍ନୀତିର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସରକାର ପରିବର୍ତ୍ତନ ହୋଇଛି। ଏବେ ସରକାରୀ ଅଧିକାରୀମାନେ ନିଜର ମାନସିକତା ବଦଳାନ୍ତୁ। ଏଥିସହିତ ନୂତନ ସରକାର ଲୋକଙ୍କ ହିତ ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେଗୁଡିକ ଠିକ୍‌ ଢଙ୍ଗରେ ବିନା ପକ୍ଷପାତିତାରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅନ୍ୟତମ ଅତିଥି ଭାବେ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ, ବରିଷ୍ଠ ନେତା ଆଶୁତୋଷ ପରିଡା, ସୁଦୀପ୍ତ ପଣ୍ଡା, ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ସଂଯୋଜକ ନିରଞ୍ଜନ ବେଉରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୁରୁଷୋତ୍ତମ ବେହେରା, ଭୁବନାନନ୍ଦ ସାମଲ, ଜ୍ୟୋତିପ୍ରକାଶ ନାୟକ ପ୍ରମୁଖ ଯୋଗଦେଇ ବିଞ୍ଝାରପୁରରେ ଖାଦ୍ୟ ସୁରକ୍ଷା ଯୋଜନାରେ ଶହଶହ ଯୋଗ୍ୟ ବ୍ୟକ୍ତି ରାଜନୈତିକ ଆକ୍ରୋଶରୁ ବାଦ୍‌ ପଡ଼ିଥିବା କହିଛନ୍ତି। ସେହିପରି ଯୋଗାଣ ଅଧିକାରୀ ୧୪ ବର୍ଷ ଧରି ଗାଦି ମାଡ଼ି ବସିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ପାତ୍ର କର୍ମୀମାନଙ୍କୁ ଉତ୍ସାହିତ କରିବା ସହିତ ନୂତନ ଭାବେ ସଦସ୍ୟତା ଗ୍ରହଣ କରାଇଛନ୍ତି। ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଯେଉଁ ଲାଭ ପାଉଛନ୍ତି ତାକୁ ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ଭାଜପା ସରକାରକୁ ଅଧିକ ମଜଭୁତ କରିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟାରେ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଦଳ ନେତା ଦେଲେ ବଡ଼ ସୂଚନା, ଦୀପାବଳି ପୂର୍ବରୁ…

ଭୁବନେଶ୍ୱର,୧୯ା୧୦: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ ବରିଷ୍ଠ କଂଗ୍ରେସ ନେତା ଚରଣ ଦାସ ମହନ୍ତ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା...

ଆସିଲା ଆଲର୍ଟ, ସୃଷ୍ଟି ହେଲା ବଡ଼ ଘୂର୍ଣ୍ଣିବଳୟ, ଏହି ଜିଲାରେ…

ଭୁବନେଶ୍ୱର,୧୯।୧୦: ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ...

ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ ଦେଲେ ଖୋଲା ବୟାନ, କାର୍ତ୍ତିକ ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ଭିତରେ…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ ଥିବା ବଜେଡିର ବରିଷ୍ଠ...

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାଁ: ମନ୍ତ୍ରୀ

ଭୁବନେଶ୍ୱର,୧୯।୧୦: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି...

‘ଭାଜପାରେ ମିଶିଯିବ ବିଜେଡି’

ଭୁବନେଶ୍ୱର,୧୯।୧୦: ଗତ କିଛିଦିନ ଧରି ବିଜେଡିର ତୁଙ୍ଗ ନେତାମାନେ ଦଳ ବିରୋଧରେ ବୟାନବାଜି କରୁଛନ୍ତି। ଏଥିନେଇ ଦଳରେ କନ୍ଦଳ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ବିଜେଡି...

ବୋଲ ମାନୁନି ବିଜେଡି ନେତାଙ୍କ ତୁଣ୍ଡ, ଏବେ ପଦ୍ମନାଭ କହିଲେ କାହିଁକି…

ଭୁବନେଶ୍ୱର,୧୯।୧୦: ନିର୍ବାଚନ ବେଳେ ଯେଉଁ ମୁହଁରେ ତାଲା ପଡ଼ିଥିଲା, ଏବେ କିନ୍ତୁ ବୋଲ ମାନୁନାହିଁ। ଭୋଟ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଭୟରେ ଚୁପ୍‌ ଥିବା ବିଜୁ ଜନତା...

ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ

ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା...

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri