Categories: ଫୁରସତ

ଖାଦ୍ୟ ଉପଯୋଗୀ ବ୍ୟାଟେରି

ରୋମ: ଆଇଆଇଟି-ଇଟାଲୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଏକ ଅନୁସନ୍ଧାନକାରୀ ଦଳ ଏକ ବ୍ୟାଟେରି ପ୍ରସ୍ତୁତ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଭାବେ ଭୋଜନଯୋଗ୍ୟ ଅଟେ। ଏହାକୁ ସାଧାରଣତଃ ଆମେ ଆମ ଦୈନନ୍ଦିନ ଖାଦ୍ୟର ଅଂଶ ଭାବେ ଖାଇଥାଉ। ପ୍ରକାଶିତ ଏକ ପତ୍ରିକାରେ ଉଲ୍ଲେଖ ହୋଇଛି, ସବୁଠୁ ପ୍ରଥମ ରିଚାର୍ଜଯୋଗ୍ୟ ଖାଇବା ବ୍ୟାଟେରି ପ୍ରସ୍ତୁତ କରି ଇଟାଲୀ ସଫଳତା ହାସଲ କରିଛି। ଏହି ଅଭିନବ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ସ୍ବାସ୍ଥ୍ୟ ନିରାକରଣ, ଖାଦ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଯାଇପାରିବ। ଏକ ଅନୁସନ୍ଧାନକାରୀ ଦଳ ସମସ୍ତ ଜୀବଙ୍କଠାରେ ଘଟୁଥିବା ବାୟୋକେମିକାଲ ରିଡକ୍ସ ପ୍ରତିକ୍ରିୟାକୁ ଅନୁଧ୍ୟାନ କରି ସେଥିରୁ ଖାଇବାଯୋଗ୍ୟ ବ୍ୟାଟେରି ପ୍ରସ୍ତୁତ କରିଥିଲେ, ଯାହା ରିବୋଫ୍ଲୋବିନ୍‌ (ଭିଟାବିନ୍‌-ବି୨), ବାଦାମକୁ ଯୁକ୍ତ ଏବଂ କ୍ୟୁରେସିଟିନ୍‌ (ଖାଦ୍ୟ ଉପାଦାନ)କୁ ବିଯୁକ୍ତ ଭାବେ ବ୍ୟବହାର କରିଥିଲେ। ଇଲେକ୍ଟ୍ରିକାଲ୍‌ କଣ୍ଡକ୍ଟିଭିଟି ବଢ଼ାଇବାକୁ ସେଠାରେ ଅଙ୍ଗାରକୁ ବ୍ୟବହାର କରାଯାଇଥିଲା। ପ୍ରସ୍ତୁତ ଖାଦ୍ୟଯୋଗ୍ୟ ବ୍ୟାଟେରି ସେଲରେ ୦.୬୫ ଭୋଲ୍ଟର ଇଲେକ୍ଟ୍ରି ଥିଲା, ଯାହା ଶରୀରରେ ଖାଦ୍ୟ ହଜମରେ କୌଣସି ବାଧା ସୃଷ୍ଟି କରିବନି। ଏହି ବ୍ୟାଟେରି ଜରିଆରେ ଏଲ୍‌ଇଡି ଲାଇଟ୍‌ ସବୁ ଚାଲିପାରିବ।

Share