Categories: ଜାତୀୟ

ମହିଳାଙ୍କୁ ଧରା ପକାଇ ଦେଲା ସିସିଟିଭି

ନୂଆଦିଲ୍ଲୀ,୧୬।୬: ଜଣେ ମହିଳାଙ୍କୁ ଆକ୍ରମଣ କରି ମୋବାଇଲ ଛଡ଼ାଇବା ନେବା ଘଟଣାରେ ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଆଧାରରେ ଅଭିଯୁକ୍ତା ଜ୍ୟୋତିଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।

 

 

 

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଛି। ୨୦ ସେକେଣ୍ଡ୍‌ ବିଶିଷ୍ଟ ଭିଡିଓରେ ପୀଡ଼ିତାଙ୍କୁ ଅଭିଯୁକ୍ତା ପିଛା କରୁଥିବା ଦେଖିବାକୁ ମିଳୁଛି। ପୀଡ଼ିତା ଫୋନରେ କଥା ହେବାରେ ବ୍ୟସ୍ତ ଥିବାରୁ ସେ ଏ କଥା ଜାଣି ପାରି ନ ଥିଲେ। ପୀଡ଼ିତାଙ୍କୁ ଆକ୍ରମଣ କରି ଫୋନ ଛଡ଼ାଇ ନେଇଥିଲେ। ଏହାପରେ ଅଭିଯୁକ୍ତାଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ, ହେଲେ ଧରିବାରେ ବିଫଳ ହୋଇଥିଲେ ପୀଡ଼ିତା।

Share