Posted inଖେଳ

ନେକ୍ରୋପୋଲ ଏକୁମେନ୍ସିଆରେ ପେଲେଙ୍କ ଶେଷକୃତ୍ୟ

ସାଣ୍ଟୋସ, ୪।୧(ପି.ଟି.): ବିଶ୍ୱ ଫୁଟବଲର ଯାଦୁକର ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମଙ୍ଗଳବାର ସମ୍ପନ୍ନ ହୋଇଛି। ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୋଇଥିବା ବେଳେ ବ୍ରାଜିଲରେ ଲାଗିରହିଥିଲା ଶୋକରଛାୟା। ଲକ୍ଷାଧିକ ପ୍ରଶଂସକଙ୍କ ଭିଡ ମଧ୍ୟରେ ପେଲେଙ୍କ ମରଶରୀର ଭିଲା ବେଲ୍‌ମିରୋ ଷ୍ଟାଡିୟମରୁ ନେକ୍ରୋପୋଲ ଏକୁମେନ୍ସିଆ କବର ସ୍ଥାନକୁ ନିଆଯାଇଥିଲା। ଏକ ଅଗ୍ନିଶମ ବାହିନୀ ଗାଡି ଉପରେ ପେଲେଙ୍କ କଫିନ୍‌କୁ ରଖାଯାଇ ଶୋଭାଯାତ୍ରା ବାହାରିଥିଲା। ସହର ମଧ୍ୟରେ ଭାବବିହ୍ବଳ ପ୍ରଶଂସକ ନିଜ ପ୍ରିୟ ତାରକାଙ୍କୁ ଶେଷ ଥର ପାଇଁ ଦେଖିବାର ସୁଯୋଗ ପାଇଥିଲେ। ପେଲେଙ୍କ ୧୦୦ ବର୍ଷୀୟ ମା’ ସେଲେଷ୍ଟେ ଆରାଣ୍ଟେସ ରହୁଥିବା ଘର ଦେଇ ବିଶ୍ୱର ଉଚ୍ଚତମ କବର ସ୍ଥାନରେ ପହଞ୍ଚିଥିଲା ପେଲେଙ୍କ ପାର୍ଥିବ ଶରୀର। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କୁ କବର ଦିଆଯାଇଥିଲା। ପେଲେଙ୍କ ଅନ୍ତିମ ଇଚ୍ଛା ଅନୁଯାୟୀ ଏହି କବର ସ୍ଥାନର ନବମ ମହଲାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ସାଣ୍ଟୋସର ଷ୍ଟାଡିୟମ ଯେଉଁଠି ପେଲେ ନିଜର ଫୁଟବଲ ଜୀବନ ଆରମ୍ଭ କରିଥିଲେ ସେଠାରେ ପେଲେଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି, ସୁପ୍ରିମକୋର୍ଟ ବିଚାରପତି ଓ ଫିଫାର ସଭାପତି ପହଞ୍ଚିଥିଲେ। କ୍ୟାନ୍ସର ସହିତ ଲଢେଇ କରୁଥିବା ବେଳେ ଗୁରୁବାର ପେଲେଙ୍କ ପରଲୋକ ହୋଇଥିଲା। ତାଙ୍କ ମରଶରୀରକୁ ବ୍ରାଜିଲର ଜାତୀୟ ପତାକା ଓ ସାଣ୍ଟୋସ୍‌ କ୍ଲବର ପତାକାରେ ଘୋଡାଯାଇ ଅନ୍ତିମ ଦର୍ଶନ ପାଇଁ ଭିଲା ବେଲ୍‌ମିରୋ ଷ୍ଟାଡିୟମର ମିଡ୍‌ଫିଲ୍ଡ ଅଞ୍ଚଳରେ ରଖାଯାଇଥିଲା। ସାଓପାଓଲୋ ବାହାରେ ରହିଥିବା ଏହି ଷ୍ଟାଡିୟମ ପେଲେଙ୍କ ପାଇଁ ଦ୍ୱିତୀୟ ଘର ସଦୃଶ ଥିଲା। ୧୬ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ ଭିତର ଓ ବାହାର ପେଲେଙ୍କ ସମର୍ଥକଙ୍କ ଦ୍ୱାରା ଭରି ଯାଇଥିଲା। ଅନ୍ତିମ ଦର୍ଶନ ପାଇଁ ଭିଡ଼ ଏତେ ରହିଥିଲା ଯେ କିଛି ପ୍ରଶଂସକଙ୍କୁ ୩ ଘଣ୍ଟା ଖରାରେ ଛିଡା ହେବାକୁ ପଡିଥିଲା। ପେଲେଙ୍କ ମରଶରୀର ଷ୍ଟାଡିୟମ ବାହାରକୁ ଯିବା ପୂର୍ବରୁ ରାଷ୍ଟ୍ରପତି ଲୁଇଜ୍‌ ଇନାକିଓ ଲୁଲା ଡା ସିଲ୍‌ଭା ତାଙ୍କର ଅନ୍ତିମ ଦର୍ଶନ ପାଇଁ ଆସିଥିଲେ। ୬୦ ଓ ୭୦ ଦଶକରେ ପେଲେ ବିଶ୍ୱର ସର୍ବଶ୍ରେଷ୍ଠ ଆଥ୍‌ଲେଟ ରହିଥିଲେ। ତାଙ୍କୁ ରାଷ୍ଟ୍ରପତି ଓ ମହାରାଣୀମାନେ ଭେଟୁଥିଲେ। ଏପରି କି ତାଙ୍କ ଖେଳ ଦେଖିବା ପାଇଁ ନାଇଜେରିଆନ୍‌ ଗୃହ ଯୁଦ୍ଧ ମଧ୍ୟ ୪୮ ଘଣ୍ଟା ବନ୍ଦ ରହିଥିଲା। ବେଲ୍‌ମିରୋ ଷ୍ଟାଡିୟମର କିଛି ଷ୍ଟାଣ୍ଡ କେବଳ ୧୦ ନମ୍ବର ଜର୍ସିରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ କିଛି ଷ୍ଟାଣ୍ଡ ଶୋକସନ୍ତପ୍ତ ଲୋକଙ୍କ ଫୁଲତୋଡାରେ ଭର୍ତ୍ତି ହୋଇଥିଲା। ଏହା ମଧ୍ୟରେ ନେମାର ଓ ରୋନାଲ୍ଡୋଙ୍କ ପରି ଖେଳାଳି ସାମିଲ ଥିଲେ। ଏହି ଅନ୍ତିମ ଦର୍ଶନରେ ୨୩ ରାଷ୍ଟ୍ରର ୧୨୦୦ ସାମ୍ବାଦିକ ସାମିଲ ହୋଇଥିଲେ।
ଏହି ଅନ୍ତିମ ଯାତ୍ରାରେ ପେଲେଙ୍କ ବନ୍ଧୁ ତଥା ସାଣ୍ଟୋସର ପୂର୍ବତନ ଖେଳାଳି ମାନୋଏଲ୍‌ ମାରିଆ ମଧ୍ୟ ସାମିଲ ଥିଲେ। ମାରିଆ ସାଣ୍ଟୋସରେ ପେଲେଙ୍କ ସହିତ ଏକାଠି ଖେଳିଥିବା ବେଳେ ପେଲେଙ୍କ ଋଣ ଶୁଝିବାରେ ଅସମର୍ଥ ବୋଲି କହିଥିଲେ। ମୋ ପାଇଁ ଓ ମୋ ପରିବାର ପାଇଁ ସେ ଯାହା ବି କରିଛନ୍ତି ତାହା ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ସେ କେବଳ ଜଣେ ଭଲ ଖେଳାଳି ନ ଥିଲେ ବରଂ ଜଣେ ଭଲ ମଣିଷ ଥିଲେ ବୋଲି ମାରିଆ କହିଛନ୍ତି। ଫିଫା ସଭାପତି ଜିଆନ୍ନି ଇନ୍‌ଫାଣ୍ଟିନୋ, ବ୍ରାଜିଲ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଗିଲମାର ମେଣ୍ଡେସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri