Posted inଫୁରସତ

ଗର୍ଲଫ୍ରେଣ୍ଡକୁ ଏମିତି କଲେ ପ୍ରପୋଜ ଟିମ୍‌ ମ୍ୟାନେଜର, ଖେଳାଳି ଦେଖି ଆଶ୍ଚର୍ଯ୍ୟ

ଫୁଟବଲ ବିଷୟରେ କୁହାଯାଏ ଯେ, ଏହି ଖେଳରେ ଅଧିନାୟକଙ୍କଠାରୁ ଅଧିକ ଟିମ୍‌ ମ୍ୟାନେଜରଙ୍କ ଭୂମିକା ରହିଥାଏ। କିନ୍ତୁ ନିକଟରେ ଜଣେ ଫୁଟ୍‌ବଲ୍‌ ମ୍ୟାନେଜର୍‌ ନିଜ ଗର୍ଲଫ୍ରେଣ୍ଡ୍‌ ଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ନିଜ ଖେଳାଳିଙ୍କୁ ବ୍ୟବହାର କରିଥିବା ଜଣାପଡିଛି। ପାରାଗୁଏରେ ଏମିତି ଏକ ରୋଚକ ଘଟଣା ଜଣାପଡିଛି। ପାରାଗୁଏର ଫୁଟବଲ୍‌ କ୍ଲବ ଟିମ୍‌ ରିଭର ପ୍ଲେଟ୍‌ର ମ୍ୟାନେଜର୍‌ ସେଲସୋ ରାଫେଲ୍‌ ଆୟାଲା ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ନିଜ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିଥିଲେ। ଏଥିପାଇଁ ସେ ସମସ୍ତ ଖେଳାଳିଙ୍କୁ ଗୋଟିଏ ଗୋଟି, ପୋଷ୍ଟର ଦେଇଥିଲେ। ଯେଉଁଥିରେ ଲେଖା ଥିଲା ଲିଲି, ମୋତେ ବିବାହ କରିବ କି? ସୋସିଆଲ ମିଡିଆରେ ସେଲସୋଙ୍କ ଏହି ପ୍ରପୋଜ କରିବାର ଅନ୍ଦାଜକୁ ସମସ୍ତେ ପସନ୍ଦ କରିଥିଲେ। ଏହି ଅବସରରେ ସେଲସୋଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ। ସେଲସୋଙ୍କ ଗର୍ଲଫ୍ରେଣ୍ଡ ଲିଲି ବେନିଟେଜ୍‌ ଏମିତି ପ୍ରପୋଜ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କିଛି କହିପାରି ନ ଥିଲେ। ଏହି ସମୟରେ ସେଲସୋ ତାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ କରିଥିଲେ। ଲିଲି ମଧ୍ୟ ତାଙ୍କ ପ୍ରପୋଜକୁ ସ୍ବୀକାର କରିଥିଲେ। ଏହାପରେ ସେଠାରେ ଉପସ୍ଥିତ ଖେଳାଳିମାନେ ମଧ୍ୟ ନିଜ ମ୍ୟାନେଜରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେଲସୋଙ୍କ ସହ କିଛି ଖେଳାଳି ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ। ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପରେ ସେଲସୋ ବେଶ୍‌ ଖୁସି ଜଣାପଡୁଥିଲେ। କିନ୍ତୁ ସେଦିନ ତାଙ୍କ ଦଳ ପଡିଆରେ ୫-୧ରେ ହାରିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠିକୁ ଥରେ ଗଲେ ମଣିଷ ଜୀବନ୍ତ ଫେରେନାହିଁ: ଜାଣନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଆଇଲାଣ୍ଡ ଅଛି, ସେଥିମଧ୍ୟରୁ ଗୋଟିଏ ଇଟାଲୀରେ ମଧ୍ୟ ରହିଛି। ଏହାର ନାମ ପୋଭେଲିଆ। ଏହି ଆଇଲାଣ୍ଡ ବିଷୟରେ ଅନେକ ରହସ୍ୟ ଅଛି,...

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri