ତିବ୍ଲିସି,୧୪ା୧୨: ପୂର୍ବତନ ଫୁଟ୍ବଲ ଖେଳାଳି ମାଖାଇଲ୍ କାଭେଲାଶଭିଲି ଶନିବାର ଜର୍ଜିଆର ରାଷ୍ଟ୍ରପତି ହୋଇଛନ୍ତି। ୫୩ ବର୍ଷୀୟ କାଭେଲାଶଭିଲିଙ୍କର ଏହା ସିଧାସଳଖ ବିଜୟ ହୋଇଥିବା ବେଳେ ଶାସକ ଦଳ ଜର୍ଜିଆନ୍ ଡ୍ରିମ୍ ପାର୍ଟି ୩୦୦ ଆସନ ବିଶିଷ୍ଟ ଇଲେକ୍ଟୋରାଲ କଲେଜକୁ ନିୟନ୍ତ୍ରଣକୁ ନେଇଛି, ଯାହାକି ୨୦୧୭ରେ ପ୍ରତ୍ୟକ୍ଷ ରାଷ୍ଟ୍ରପତି ନିର୍ବଚନକୁ ପରିବର୍ତ୍ତନ କରିଛି।
ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ)ରେ ଜର୍ଜିଆ ଯୋଗଦେବା ଆଶା ପ୍ରତି ଏହା ଏକ ଝଟକା ବୋଲି ବିରୋଧୀ କହିଛନ୍ତି। ଏମ୍ପି ଏବଂ ସ୍ଥାନୀୟ ସରକାରର ପ୍ରତିନିଧିମାନେ ଭୋଟ ଦେଇଥିଲେ। ୨୨୫ ଜଣ ଇଲେକ୍ଟରଙ୍କ ମଧ୍ୟରୁ କାଭେଲାଶଭିଲିଙ୍କୁ ୨୨୪ ଭୋଟ ମିଳିଥିଲା। ସେ ଏକମାତ୍ର ପ୍ରାର୍ଥୀ ମନୋନୀତ ହୋଇଥିଲେ। ଗତ ଅକ୍ଟୋବର ୨୬ରେ ହୋଇଥିବା ନିର୍ବାଚନରେ ଜର୍ଜିଆନ୍ ଡ୍ରିମ୍ ପାର୍ଟି ପାର୍ଲାମେଣ୍ଟରେ ନିଜ ନିୟନ୍ତ୍ରଣ ବଜାୟ ରଖିଥିଲା।