କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦଘାତରେ ପୀଡିତ ଥିଲେ। ମାରାଡୋନାଙ୍କ ମୃତ୍ୟୁ ପରେ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭାବ ଦେଖାଯାଇଛି। ଭାରତରେ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଅନେକ କିମ୍ବଦନ୍ତୀ ଖେଳାଳି ଦୁଃଖରେ ଭାଙ୍ଗିପଡିଛନ୍ତି। ବିସିସିଆଇର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟରରେ ଲେଖିଛନ୍ତି ଯେ, ମୋର ହିରୋ ଆଉ ନାହାଁନ୍ତି। ମୋ ଜିନିୟସ୍ ଶାନ୍ତିରେ ବିଶ୍ରାମ କରନ୍ତୁ। ମୁଁ ତୁମ ପାଇଁ ଫୁଟବଲ ଦେଖୁଥିଲି। ସଚିନ ତେନ୍ଦୁଲକର ମଧ୍ୟ ମାରାଡୋନାଙ୍କ ମୃତ୍ୟୁକୁ କ୍ରୀଡା ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଫୁଟବଲ ଏବଂ କ୍ରୀଡା ଜଗତ ଆଜି ଜଣେ ଶ୍ରେଷ୍ଠ ଖେଳାଳିଙ୍କୁ ହରାଇଛି। ସେହିପରି ଇରଫାନ ପଠାନ ଲେଖିଛନ୍ତି, ମୁଁ ପିଲାଦିନେ ଫୁଟବଲ ବିଷୟରେ ଅଧିକ ଜାଣି ନ ଥିଲି, କିନ୍ତୁ ମାରାଡୋନା କିଏ ବୋଲି ମୁଁ ଜାଣିଥିଲି। ବହୁ ବିଦେଶୀ କ୍ରିକେଟର ମଧ୍ୟ ମାରାଡୋନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାରାଡୋନା ତାଙ୍କ କ୍ୟାରିୟରରେ ଅନେକ ବଡ଼ ସଫଳତା ହାସଲ କରିଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚ ଏହି ଖେଳାଳି ଆର୍ଜେଣ୍ଟିନା ପାଇଁ ୯୧ଟି ମ୍ୟାଚରେ ୩୪ଗୋଲ ସ୍କୋର କରିଥିଲେ। ୧୯୮୬ରେ ମାରାଡୋନାଙ୍କ ଗୋଲ ଆଧାରରେ ଆର୍ଜେଣ୍ଟିନା ବିଶ୍ୱକପ ଜିତିଥିଲା। ମାରାଡୋନା ହ୍ୟାଣ୍ଡ ଅଫ ଗଡ ଭାବରେ ଜଣାଶୁଣା ଥିଲେ।
My hero no more ..my mad genius rest in peace ..I watched football for you.. pic.twitter.com/JhqFffD2vr
— Sourav Ganguly (@SGanguly99) November 25, 2020
Football and the world of sports has lost one of its greatest players today.
Rest in Peace Diego Maradona!
You shall be missed. pic.twitter.com/QxhuROZ5a5— Sachin Tendulkar (@sachin_rt) November 25, 2020