Categories: ଖେଳ

ଫୁଟ୍‌ବଲର ଆଲ୍‌ଭେସ୍‌ ସ୍ପେନ୍‌ରେ ଗିରଫ

ବାର୍ସିଲୋନା,୨୧।୧ (ଏପି): ବ୍ରାଜିଲ ଫୁଟ୍‌ବଲ ଖେଳାଳି ଡାନି ଆଲ୍‌ଭେସ୍‌ ଶୁକ୍ରବାର ଗିରଫ ହୋଇଛନ୍ତି। ସ୍ପେନ୍‌ରେ ସେ ଜଣେ ମହିଳାଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡିସେମ୍ବର ୩୧ରେ ବାର୍ସିଲୋନାସ୍ଥିତ ଏକ ନାଇଟ୍‌ କ୍ଲବରେ ଘଟିଥିଲା। ଆଲ୍‌ଭେସ୍‌ଙ୍କୁ କୋର୍ଟରେ ହାଜର କରାଯିବ। ୩୯ ବର୍ଷୀୟ ଆଲଭେସ୍‌ ଜଣେ ଅନ୍ୟତମ ସଫଳ ଫୁଟ୍‌ବଲ ଖେଳାଳି। ସେ ତାଙ୍କ ଲମ୍ବା କ୍ୟାରିୟରରେ ବହୁ ଏଲିଟ୍‌ କ୍ଲବ ଯଥା ବାର୍ସିଲୋନା, ଜୁଭେଣ୍ଟସ ଓ ପ୍ୟାରିସ ସେଣ୍ଟ-ଜର୍ମେନ ସହ ଅନେକ ପ୍ରମୁଖ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ବର୍ତ୍ତମାନ ସେ ମେକ୍ସିକାନ କ୍ଲବ ପୁମାସ୍‌ ତରଫରୁ ଖେଳୁଛନ୍ତି। ଏହି ଡିଫେଣ୍ଡର ବାର୍ସିଲୋନାର ସୁବର୍ଣ୍ଣ ବର୍ଷ (୨୦୦୮-୧୬)ରେ ଦଳର ଜଣେ ପ୍ରମୁଖ ଖେଳାଳି ଥିଲେ। ସେ ଲିଓନେଲ ମେସିଙ୍କ ସହ ରାଇଟ୍‌ ଫ୍ଲାଙ୍କ୍‌ରେ ଖେଳୁଥିଲେ। କାଟାଲାନ କ୍ଲବ ସହ ସେ ୩ଥର ଚାମ୍ପିୟନ୍ସ ଲିଗ୍‌ ଜିତିଛନ୍ତି।

Share