Categories: ଖେଳ

ଫୁଟ୍‌ବଲର ମାର୍ଟାଙ୍କୁ କରୋନା

ସାଓପାଉଲୋ, ୨୩ା୧୧ (ଏପି)-କରୋନା ସଂକ୍ରମିତ ହୋଇଥିବାରୁ ଛଅ ଥର ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ମାର୍ଟା ଇକ୍ୱେଡର ବିପକ୍ଷ ବ୍ରାଜିଲର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିପାରିବେ ନାହିଁ। ବ୍ରାଜିଲ ଫୁଟ୍‌ବଲ କନଫେଡେରେଶନ ତରଫରୁ ଏହା ଘୋଷଣା କରାଯାଇଛି। ଏହି ୩୪ବର୍ଷୀୟ ଫରଓ୍ବାର୍ଡ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ମାର୍ଟା ବ୍ରାଜିଲ ଜାତୀୟ ମହିଳା ଫୁଟ୍‌ବଲ ଲିଗ୍‌ରେ ଓର୍ଲାଣ୍ଡୋ ପ୍ରାଇଡ୍‌ ଦଳ ତରଫରୁ ଖେଳିଥାନ୍ତି। ଇକ୍ୱେଡର ବିପକ୍ଷ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମଧ୍ୟରୁ ଗୋଟିଏ ଶୁକ୍ରବାର ଓ ଅନ୍ୟଟି ଡିସେମ୍ବର ୧ରେ ଖେଳାଯିବ। ତାଙ୍କ ସ୍ଥାନରେ ଦଳରେ ୧୯ ବର୍ଷୀୟା ଡିଫେଣ୍ଡର କାମିଲାଙ୍କୁ ସାମିଲ କରାଯାଇଛି। ପ୍ରସ୍ତୁତି ପାଇଁ ବ୍ରାଜିଲ ଦଳର ଖେଳାଳିମାନେ ସୋମବାର ସାଓପାଉଲୋଠାରେ ଏକାଠି ହେବେ। ସୂଚନାଯୋଗ୍ୟ, ୨୦୦୨ପରଠାରୁ ପ୍ରତିଟି ଟୁର୍ନାମେଣ୍ଟରେ ବ୍ରାଜିଲର ଟାଇଟଲ ଅଭିଯାନରେ ମାର୍ଟା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ୨୦୧୯ ମହିଳା ବିଶ୍ୱକପ୍‌ ତାଙ୍କର ଅନ୍ତିମ ବିଶ୍ୱକପ୍‌ ନୁହେଁ ବୋଲି ସେ ସୂଚନା ଦେଇଥିଲେ।

Share