Categories: ଖେଳ

୧୯୯୪ ପରେ ଭାରତରେ ପ୍ରଥମ ଥର ପାଇଁ ଘଟିଲା ଏପରି, ଚେନ୍ନାଇ ଟେଷ୍ଟରେ…

ଚେନ୍ନାଇ,୫।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ୍‌। ୧୯୯୪ ଫେବୃୟାରୀ ପରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍‌ରେ ଦୁଇଜଣ ଭାରତୀୟ ଅମ୍ପାୟାର ସାମିଲ ହୋଇଛନ୍ତି। ଚେନ୍ନାଇ ଟେଷ୍ଟରେ ନୀତିନ ମେନନ ଏବଂ ଅନିଲ ଚୌଧୁରୀ ଅମ୍ପାୟାର ଭୂମିକା ନିର୍ବାହ କରୁଛନ୍ତି। ଅନିଲଙ୍କ ବ୍ୟତିତ ରିଜର୍ଭ ଅମ୍ପାୟାର ବିରେନ୍ଦ୍ର ଶର୍ମା ନିଜର ଟେଷ୍ଟ ଡେବ୍ୟୁ ମଧ୍ୟ କରୁଛନ୍ତି। ଆଇସିସି ନୀତିନଙ୍କ ସହ ପ୍ରଥମ ଦୁଇ ଟେଷ୍ଟ ପାଇଁ ଅନ୍ୟ ଦୁଇଜଣଙ୍କୁ ଅମ୍ପାୟାର ଭାବେ ନିଯୁକ୍ତ କରିଥିବା ଜଣାପଡ଼ିଛି।

ଶେଷଥର ପାଇଁ ୧୯୯୪ରେ ଦୁଇଜଣ ଭାରତୀୟ ଅମ୍ପାୟାର ଏକାସହିତ କାମ କରିଥିଲେ। ଅହମ୍ମଦାବାଦରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏହା ଦେଖିବାକୁ ମିଳିଥିଲା। ସେତେବେଳେ ଏଏଲ୍‌ ନରସିଂହମ୍‌ ଏବଂ ବିକେ ରାମାସ୍ବାମୀ ଅମ୍ପାୟାର ଥିଲେ।