୬୦ବର୍ଷ ହେଲା ଗୋଟିଏ ପରିବାର ଗଢୁଛନ୍ତି ମୂର୍ତ୍ତି

ବ୍ରହ୍ମପୁର,୧୨ା୧୦(ସ୍ମୃତି ରଞ୍ଜନ ମହାଲିକ)ଦୁର୍ଗା ପୂଜା ପାଇଁ ରେଶମ ସହର ବ୍ରହ୍ମପୁର ଚଳଚଞ୍ଚଳ ହୋଇଛି। ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସହରର ବାରାକ୍ସ ଛକରେ ହେଉଥିବା ପୂଜା ଚଳିତବର୍ଷ ୬୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ବାରାକ୍ସ ଦୁର୍ଗା ପୂଜା କମିଟି ପକ୍ଷରୁ ମା’ଙ୍କୁ ଆବାହନ କରିିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି।
ବାରାକ୍ସ ଛକରେ ପ୍ରଥମ କରି ୧୯୬୩ରେ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ଅର୍ଜୁନ ମହାରଣା ଓ ଅରକ୍ଷିିତ ପାତ୍ରଙ୍କ ଉଦ୍ୟମରେ ପୂଜା ଆରମ୍ଭ ହୋଇଥିଲା। ୨୦୧୦ ଯାଏ ବାରାକ୍ସ ଛକରେ ପୂଜା ହୋଇ ଆସୁଥିଲା। ପରେ ସେହି ସ୍ଥାନରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିବାରୁ ମା’ଙ୍କ ମଣ୍ଡପ ପରିବର୍ତ୍ତନ କରାଯାଇ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ପୂଜା ହେଲା। ୨୦୧୧ରୁ ୨୦୨୨ ପର୍ଯ୍ୟନ୍ତ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ମା’ଙ୍କୁ ପୂଜା କରାଗଲା। ଚଳିତବର୍ଷ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ବହୁତଳ ପାର୍କିଂ କମ୍ପ୍ଲେକ୍ସ ନିର୍ମାଣ ହେଉଥିବା କାରଣରୁ ପୁଣିଥରେ ମୂଳ ଆସ୍ଥାନ ବାରାକ୍ସ ଛକରେ ପୂଜା ମଣ୍ଡପ ହୋଇଛି। ଏହାକୁ ନେଇ ବହୁ ଶ୍ରଦ୍ଧାଳୁ ଓ କମିଟି ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି। ପୁରୁଣା ବସ୍‌ଷ୍ଟାଣ୍ଡ ଟ୍ୟାକ୍ସି ଆସୋସିଏଶନ ଓ ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ପୂଜା କରାଯାଉଛି। ଢେଙ୍କାନାଳର କାରିଗରଙ୍କ ଦ୍ୱାରା ୫୭ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ଚାଲିଛି। ସେହିପରି କୋଲକତାର କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ ଚାଲିଛି। ମୂର୍ତ୍ତିର ଉଚ୍ଚତା ୧୩ ଫୁଟ ରହିଛି। ଆଶ୍ୱିନ ଶୁକ୍ଲ ପ୍ରତିପଦାଠାରୁ ଏଠାରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହେବ। ପ୍ରତିଦିନ ଚଣ୍ଡିପାଠ, ହୋମଯଜ୍ଞ କରାଯିବ। ଏଥିସହ ପ୍ରତ୍ୟେହ ୨୦୦ରୁ ୩୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦ କରାଯିବ। କମିଟି ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ମେଲୋଡି ଓ ଭଜନ ସମାରୋହ କରାଯିବ। ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ ପରିବେଷଣ ହେବ। ପୂଜା କମିଟି ସଂପାଦକ ବାବୁଲା ପାତ୍ର, ଉପଦେଷ୍ଟା ଶିବରାମ ସାହୁ, ଉପସଭାପତି ପ୍ରମୋଦ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ବସନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ସଦସ୍ୟ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି।

ଏଠାରେ ଆରମ୍ଭରୁ କୋଲକତାର ଗୋଟିଏ ପରିବାର ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଛି। କୋଲକତାର ମାଣିକ ସରକାରଙ୍କ ପରିବାର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରୁଛନ୍ତି। ଦୀର୍ଘଦିନ ଧରି ମା’ଙ୍କ ମୂର୍ତ୍ତିଗଢା କାର୍ଯ୍ୟରେ ନିୟୋଜିତ ଥିବାରୁ ସେମାନେ ଖୁସି ପ୍ରକାଶ କରନ୍ତି। ଆଗାମୀ ଦିନରେ ମଧ୍ୟ ସେମାନଙ୍କ ପରିବାରବର୍ଗ ମୂର୍ତ୍ତି ନିର୍ମାଣ କରିିବେ। ପୂଜା କାର୍ଯ୍ୟରେ ରିତିନୀତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଭଡ଼କୁ ଦୃଷ୍ଟିରେ ରଖି କମିିଟି ପକ୍ଷରୁ ସ୍ବେଚ୍ଛାସେବୀ ନିୟୋଜିତ କରାଯିବ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ।
-ଦୁର୍ଗା ପ୍ରସାଦ ପଣ୍ଡା, ପୂଜା କମିଟି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri