କ୍ୟାରିୟର ପାଇଁ…

ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏ ବିଷୟରେ ସେ କହନ୍ତି, ‘ବର୍ତ୍ତମାନ ମୁଁ ନିଜ କ୍ୟାରିୟର ପାଇଁ ଅଧିକ ସିରିୟସ। କାରଣ ଏଣୁତେଣୁ ଗୁଡ଼ାଏ ଫିଲ୍ମରେ ଆକ୍ଟିଂ କରି କିଛି ଲାଭ ନାହିଁ। ଏହା ଅପେକ୍ଷା ବର୍ଷକୁ ଯଦି ୨-୩ଟି ଭଲ ସିନେମାରେ ଅଭିନୟ କରିପାରିଲେ ତାହା ମୋ ପାଇଁ ବଡ଼ କଥା। ତେଣୁ ଏବେ କୌଣସି ଅଫର ମିଳିଲେ ତାହାକୁ ଭଲ ଭାବରେ ତର୍ଜମା କରିବା ପରେ ଯାହା ନିଷ୍ପତ୍ତି ନେବି। ଏପରି ମାନସିକତା ପାଇଁ ମୋତେ ନିକଟରେ କେତୋଟି ଅଫର ହାତଛଡ଼ା କରିବାକୁ ପଡ଼ିଛି, ହେଲେ ସେଥିପାଇଁ ମୁଁ ମନଦୁଃଖ କରୁନାହିଁ।’ ତେବେ ଏପରି କଥାରେ ଅନନ୍ୟା କେତେ ଦୃଢ଼ ରହୁଛନ୍ତି ତାହା ଆଗକୁ ଜଣାପଡିବ।

Share