ବୁଝିଥାଏ। ହସ ହସ ମୁହଁ ଭିତରୁ ବି ହୃଦୟରେ ଲୁଚି ରହିଥିବା କୋହକୁ ଦେଖିଥାଏ। ନିଜ ଠାରୁ ଅଧିକ ବିଶ୍ୱାସ ଥାଏ ଯାହା ଉପରେ। ବିନା ସ୍ବାର୍ଥରେ ଯିଏ ସାହାଯ୍ୟର ହାତ ବଢାଇଦିଏ ସେ ହିଁ ପ୍ରକୃତ ବନ୍ଧୁ; ଯିଏ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାଏ। ସେମିତି କେତେଜଣ ବନ୍ଧୁଙ୍କ ସମ୍ପର୍କରେ…
ବନ୍ଧୁ ହେଉଛି ସିଏ, ଯିଏ ତୁମର ଲୁହକୁ
ବୁଝିଥାଏ। ହସ ହସ ମୁହଁ ଭିତରୁ ବି ହୃଦୟରେ ଲୁଚି ରହିଥିବା କୋହକୁ ଦେଖିଥାଏ। ନିଜ ଠାରୁ ଅଧିକ ବିଶ୍ୱାସ ଥାଏ ଯାହା ଉପରେ। ବିନା ସ୍ବାର୍ଥରେ ଯିଏ ସାହାଯ୍ୟର ହାତ ବଢାଇଦିଏ ସେ ହିଁ ପ୍ରକୃତ ବନ୍ଧୁ; ଯିଏ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାଏ। ସେମିତି କେତେଜଣ ବନ୍ଧୁଙ୍କ ସମ୍ପର୍କରେ…
ବୁଝିଥାଏ। ହସ ହସ ମୁହଁ ଭିତରୁ ବି ହୃଦୟରେ ଲୁଚି ରହିଥିବା କୋହକୁ ଦେଖିଥାଏ। ନିଜ ଠାରୁ ଅଧିକ ବିଶ୍ୱାସ ଥାଏ ଯାହା ଉପରେ। ବିନା ସ୍ବାର୍ଥରେ ଯିଏ ସାହାଯ୍ୟର ହାତ ବଢାଇଦିଏ ସେ ହିଁ ପ୍ରକୃତ ବନ୍ଧୁ; ଯିଏ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ମିଳିଥାଏ। ସେମିତି କେତେଜଣ ବନ୍ଧୁଙ୍କ ସମ୍ପର୍କରେ…
ପ୍ରଣୟଙ୍କ ପାଇଁ ନୂଆ ଜୀବନ ପାଇଲି
ଯାଜପୁର ଜିଲା କୋତପୁର ଗାଁର ଦେବବ୍ରତ ଜେନା। ପିଲାଟିଦିନରୁ ଖେଳକୁଦ, ନାଚ, ଗୀତ ପ୍ରତି ତାଙ୍କର ରହିଛି ଖୁବ୍ ଆଗ୍ରହ। ଗାଁରେ ତାଙ୍କର ୬/୭ ଜଣ ଖୁବ୍ ଭଲ ସାଙ୍ଗ ବି ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ପ୍ରଣୟ ଜେନା; ଯିଏକି ଥରେ ଦେବବ୍ରତଙ୍କୁ ମରଣ ମୁହଁରୁ ବଞ୍ଚାଇଥିଲେ। ସେଦିନର ସେହି ଦେହଥରା ଘଟଣାକୁ ମନେପକାଇ ଦେବବ୍ରତ କୁହନ୍ତି, ”ମୁଁ କୋତପୁରରେ ଜନ୍ମ ହୋଇଥିଲେ ହେଁ, ଯାଜପୁର ଟାଉନସ୍ଥିତ ଲାଲ୍ବାଗ୍ ଅଞ୍ଚଳରେ ମୋ ଭଉଣୀ ଘରେ ରହି ପାଠ ପଢୁଥିଲି। କିନ୍ତୁ ଯେବେ ବି ଛୁଟି ହୁଏ, ଆମ ଗାଁକୁ ଯାଇ ସେଠି ସାଙ୍ଗମାନଙ୍କ ସହ ଖୁବ୍ ମଜା କରେ। କ୍ରିକେଟ୍ ଖେଳିବା, ଗାଁ ଆମ୍ବତୋଟାରେ ବସି ଆମ୍ବ ଖାଇବା, ଘରେ କାହାକୁ ନ ଜଣାଇ ନଈକୁ ଗାଧୋଇଯିବା, ଗାଁ ଡ୍ରାମାରେ ଗୀତ ଗାଇବା ଓ ନାଚିବା, ଭୋଜି କରିବା ଏମିତି ଅନେକ କିଛି ଆମେ କରିଥାଉ। ମାଟ୍ରିକ୍ ପରୀକ୍ଷା ସରିବା ପରେ ଥରେ ଗାଁକୁ ବୁଲି ଯାଇଥାଏ। ହଠାତ୍ ଦିନେ ସାଙ୍ଗମାନେ ମିଶି ପ୍ଲାନିଂ କଲୁ ନଈକୁ ଗାଧୋଇ ଯିବାକୁ। ଆମ ଗାଁ ପାଖରେ କେଲୁଅ ନଈ ଅଛି; ଯାହାକି ବ୍ରାହ୍ମଣୀ ନଦୀର ଏକ ଶାଖା। ଆମେ ୬/୭ ଜଣ ସାଙ୍ଗ ମିଶି ସେ ନଈକୁ ଗଲୁ ଗାଧୋଇବାକୁ। ଗାଧୋଉ ଗାଧୋଉ ନଈର ଗଣ୍ଡ ପାଖକୁ ସମସ୍ତେ ପଳେଇଲୁ। ପହଁରା ଜାଣିଥିବାରୁ ଅନ୍ୟମାନେ କୂଳକୁ ଫେରି ଆସିଲେ। ସେମାନେ ଭାବିଲେ ମୁଁ ବି ପଳେଇ ଆସିଛି ବୋଲି। କିନ୍ତୁ ମୁଁ ଆସି ନ ଥିଲି। ପହଁରା ଜଣା ଥିଲେ ବି, ସେଦିନ କ’ଣ ହେଲା କେଜାଣି ମୁଁ ସେ ଗଣ୍ଡରୁ ବାହାରି ପାରିଲିନି। ବରଂ ବୁଡ଼ି ବୁଡ଼ି ଯାଉଥିଲି। ସାଙ୍ଗମାନେ କୂଳକୁ ଆସି ମୋତେ ବୁଡ଼ି ଯାଉଥିବାର ଦେଖି ବହୁତ ଡରିଗଲେ। ତାଙ୍କରି ଭିତରୁ ପ୍ରଣୟ ଖୁବ୍ ସାହସ କରି ପୁଣିଥରେ ମୋ ପାଖକୁ ପହଁରିକି ଆସିଲା ଆଉ ଖୁବ୍ ବଳ ଲଗାଇ ମୋ ହାତକୁ ଟାଣି ଟାଣି ମୋତେ ସେ ଗଣ୍ଡରୁ ବାହାର କରି କୂଳକୁ ନେଇଆସିଲା। ସେତେବେଳକୁ ମୁଁ ନଈ ପାଣି ପିଇ ପିଇ ନିସ୍ତେଜ ହୋଇଯାଇଥାଏ। କୂଳକୁ ଆଣିବା ପରେ ସବୁ ସାଙ୍ଗ ମିଶି ମୋ ହାତଗୋଡ଼ ଆଉଁଶି ପକାଇଲେ, ପେଟ ଚିପି ପିଇଯାଇଥିବା ପାଣିକୁ ବାହାର କରିଦେଲେ। କିଛି ସମୟ ପରେ ମୋତେ ଟିକେ ଭଲ ଲାଗିବାରୁ ଆମେ ଘରକୁ ଫେରିବାକୁ ବାହାରିଲୁ। କିନ୍ତୁ ତା’ପୂର୍ବରୁ ଆମେ ସମସ୍ତେ ଗୋଟେ ନିଷ୍ପତ୍ତି ନେଲୁ ଯେ, ଏ ଘଟଣା ସମ୍ପର୍କରେ ଆମେ କାହାରିକୁ କିଛି ଜଣାଇବୁ ନାହିଁ। ଏତେ ବଡ଼ ଘଟଣା ବିଷୟରେ ଘର ଲୋକେ ସିନା କିଛି ଜାଣିପାରିଲେ ନାହିଁ ହେଲେ ମୋ ମନରେ ତାହା ଘର କରି ରହିଗଲା। ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ଆଉ ନଈକୁ ଗାଧୋଇବାକୁ ଗଲିନାହିଁ। ହେଲେ ପୁଣି ଥରେ ସେହି ପ୍ରଣୟ ହିଁ ମୋ ମନରେ ସାହସ ଦେଇ କହିଲା, ‘ଆରେ, ଡରୁଛୁ କାହିଁକି, ତୁ ପାଣିରେ ବୁଡ଼ିଗଲେ ମୁଁ ଯାଇ ତୋତେ ପୁଣି ଉଦ୍ଧାର କରିଦେବିନି’। ବାସ୍ ତା’ପରଠୁ ପୁଣି ଆମର ନଈରେ ଗାଧୋଇବା ଆରମ୍ଭ ହୋଇଗଲା କିନ୍ତୁ ଭାଗ୍ୟବଶତଃ ଆଉ କିଛି ଅସୁବିଧା ଆମର ହୋଇନି। ସେ ଘଟଣାକୁ ବି ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। ଏବେ ମୁଁ ଯାଜପୁର ଟାଉନ୍ସ୍ଥିତ ୟୁକୋ ବ୍ୟାଙ୍କ୍ରେ ମ୍ୟାନେଜର୍ ଭାବେ କାର୍ଯ୍ୟରତ। ସେପଟେ ମୋ ସାଙ୍ଗ ପ୍ରଣୟ ଗାଁରେ ବିଭିନ୍ନ ବ୍ୟବସାୟ କରୁଛି, ତା’ସହିତ ତା’ର ଏକ ଫାଷ୍ଟଫୁଡ୍ ଦୋକାନ ବି ଅଛି। ଚାକିରି ପାଇଁ ମୁଁ ବେଶି ଆଉ ଗାଁକୁ ଯାଇପାରୁନି। ହେଲେ ଯେବେ ବି ଯାଏ, ପ୍ରଣୟର ଫାଷ୍ଟଫୁଡ୍ ଦୋକାନରେ ଆମ ସାଙ୍ଗମାନଙ୍କର ଗୋଟେ ବଡ଼ ଖଟି ହୁଏ। ସେଇଠି ସବୁ ପୁରୁଣା ସ୍ମୃତି ପୁଣି ତାଜା ହୋଇଯାଏ। ସତରେ ପ୍ରଣୟର ସେଦିନର ସେହି ସାହସ ଆଉ ସାହାଯ୍ୟ ପାଇଁ ଯେ ମୁଁ ପୁଣିଥରେ ଏକ ନୂଆ ଜୀବନ ପାଇଛି ତାହାକୁ କେବେ ବି ଅସ୍ବୀକାର କରିପାରିବି ନାହିଁ। “
ବନ୍ଧୁ ହେବ ତ ଏମିତି
କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ପଞ୍ଚାୟତ ଅଧୀନ ତ୍ରିଲୋଚନପୁର ଗାଁର ବାସିନ୍ଦା ହେଲେ ଫଣିଭୂଷଣ ଜାନା। ଏକ ବଙ୍ଗୀୟ ପରିବାରରେ ତାଙ୍କ ଜନ୍ମ। ସତୁରି ଦଶକରୁ ଶରଣାର୍ଥୀ ଭାବରେ ବଙ୍ଗ ଭୂଇଁରୁ ସମୁଦ୍ର ପାର ହୋଇ ଫଣି ଓ ତାଙ୍କ ପରିବାର ଲୋକେ ଆସି ଏଠାରେ ରହିବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ସେମାନେ ଏଠାକାର ନାଗରିକତ୍ୱ ମଧ୍ୟ ଗ୍ରହଣ କଲେ। ଫଣିଙ୍କର ପାଠପଢା ଏହି ଅଞ୍ଚଳରେ ହିଁ ହେଲା। ଡାଙ୍ଗମାଳ ଅଞ୍ଚଳର ଇଂ. ପ୍ରଭାତ ବେହେରା ହେଲେ ଫଣିଙ୍କର ଜଣେ ଭଲ ସାଙ୍ଗ। ଉଭୟ ଉଭୟଙ୍କୁ ଖୁବ୍ ଭଲ ପାଉଥିଲେ। ଏକାଠି ଗୋଟିଏ ସ୍କୁଲ୍ରେ ପାଠ ପଢୁଥିଲେ। ମାଟ୍ରିକ୍ ପାସ୍ କରିବାପରେ ପ୍ରଭାତ ଉଚ୍ଚଶିକ୍ଷା ପାଇଁ ରାଉରକେଲା ଚାଲିଗଲେ, ଏପଟେ ଫଣି ଗାଁରେ ରହି ଅର୍ଗାନିକ୍ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଇଲେ। ବେଳେବେଳେ ବସ୍ ଯୋଗେ ପ୍ରଭାତଙ୍କ ପାଖକୁ ତଟକା ପରିବା ବି ପଠାଉଥିଲେ। ସେପଟେ ପଢା ସରିବା ପରେ ପ୍ରଭାତ ଇଂଜିନିୟର ଭାବେ ରାଉରକେଲାରେ ଚାକିରି ବି କଲେ। ଚାକିରି ଜୀବନର ବ୍ୟସ୍ତତା ଭିତରେ ମଧ୍ୟ ସାଙ୍ଗ ଫଣିଙ୍କ କଥା ସବୁବେଳେ ମନେ ପକାଉଥିଲେ। ମଝିରେ ମଝିରେ ଫୋନ୍ କରି ସାଙ୍ଗ ସହିତ କଥା ବି ହେଉଥିଲେ। ଯେବେ ବି ଛୁଟିରେ ଗାଁକୁ ଆସୁଥିଲେ ଫଣିଙ୍କୁ ଦେଖା କରିବାକୁ ଭୁଲୁ ନ ଥିଲେ। ସବୁକିଛି ଠିକ୍ଠାକ୍ ଥିଲା; ହେଲେ ହଠାତ୍ ଫଣିଙ୍କର ଖୁବ୍ ଦେହ ଖରାପ ହେଲା। ଡାକ୍ତରୀ ପରୀକ୍ଷାରୁ ଜଣାଗଲା ଯେ, ତାଙ୍କୁ ବୋନ୍ କ୍ୟାନ୍ସର୍ ହୋଇଛି ବୋଲି। ଖବର ପାଇ ପ୍ରଭାତ ସଙ୍ଗେସଙ୍ଗେ ଗାଁକୁ ଆସିଥିଲେ। ସାଙ୍ଗକୁ ଭଲ କରିବା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ନେଇଯାଇଥିଲେ, ଯେଉଁଠାରେ ପ୍ରଭାତଙ୍କ ଡାକ୍ତରୀ ପୁଅ(ଯିଏ କି ବାଙ୍ଗାଲୋର୍ରେ ରୁହନ୍ତି)ର କିଛି ସାଙ୍ଗ କାମ କରୁଥିଲେ। ସେମାନେ ଫଣିଙ୍କର ଉତ୍ତମରୁ ଉତ୍ତମ ଚିକିତ୍ସା କରିବାକୁ ଚେଷ୍ଟା କଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। କ୍ୟାନ୍ସର ଭୂତାଣୁ ଫଣିଙ୍କୁ ପୂରା କାବୁ କରି ନେଇଥିଲା। ଶେଷରେ ନିରାଶ ହୋଇ ସାଙ୍ଗଙ୍କୁ ଧରି ଗାଁକୁ ଫେରିଥିଲେ ପ୍ରଭାତ। କିନ୍ତୁ ତାଙ୍କର ଯତ୍ନ ନେବା ଆଉ ସବୁ ଔଷଧପତ୍ର କଥା ବୁଝୁଥିଲେ ପ୍ରଭାତ। ଅଫିସ୍ରେ ବହୁତ ଦିନ ଛୁଟି ହୋଇଯାଇଥିବାରୁ ବାଧ୍ୟ ହୋଇ ରାଉରକେଲାକୁ ଫେରିବାକୁ ପଡିଥିଲା ପ୍ରଭାତଙ୍କୁ। କିନ୍ତୁ ଫୋନ୍ରେ ପ୍ରତିଦିନ ସାଙ୍ଗର ଦେହପା’ କଥା ବୁଝୁଥିଲେ। ଏପଟେ ଫଣିଙ୍କର ଅବସ୍ଥା ଧୀରେ ଧୀରେ ଗୁରୁତର ହେଉଥିଲା। ଖାଇବା, ପିଇବା ଏପରିକି କଥା କହିବାର ଶକ୍ତି ବି ସେ ହରାଇ ବସିଲେ। ତାଙ୍କର ଲୁହଭରା ଆଖି କେବଳ ଜଣଙ୍କୁ ହିଁ ଖୋଜୁଥିଲା, ସେ ହେଲେ ପ୍ରଭାତ। ଘରଲୋକେ ଏକଥା ବୁଝିପାରି ପ୍ରଭାତଙ୍କୁ ଖବର ଦେବାରୁ ପ୍ରଭାତ ଆସି ପହଞ୍ଚତ୍ ଯେତେବେଳେ ଫଣି ବୋଲି ଡାକି ଦେଲେ, କଷ୍ଟେମଷ୍ଟେ ଫଣି ଖଟରୁ ଉଠିପଡି ପ୍ରଭାତଙ୍କ ଆଡ଼କୁ ଆଉଜି ପଡିଲେ ଆଉ ତାଙ୍କରି କୋଳରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଏହି ଘଟଣାଟା ସେତେବେଳେ ଖୁବ୍ ହୃଦୟ ବିଦାରକ ଥିଲା ସମସ୍ତଙ୍କ ପାଇଁ। ବନ୍ଧୁଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ପ୍ରଭାତ ଶେଷରେ ନିଜ କାନ୍ଧରେ ବନ୍ଧୁର ଶବକୁ ବୋହି ନେଇ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏ ନେଇ ପ୍ରଭାତ କୁହନ୍ତି, ‘ଫଣି ପରି ବନ୍ଧୁ ପାଇବା ଖୁବ୍ ବିରଳ। ସେ ଧନରେ ନ ହୋଇପାରେ କିନ୍ତୁ ମନରେ ଥିଲା ଖୁବ୍ ଧନୀ। ମୋତେ ସିଏ ଖୁବ୍ ଭଲ ପାଉଥିଲା। ତାକୁ ହରାଇ ମୁଁ ଏବେ ନିଃସ୍ବ ପାଲଟି ଯାଇଛି।’ ଏପଟେ ଏ ଦୁଇଜଣଙ୍କର ଅନାବିଳ ବନ୍ଧୁତ୍ୱକୁ ଦେଖି ଗାଁ ଲୋକଙ୍କ ମୁହଁରେ କେବଳ ଗୋଟିଏ କଥା ହିଁ ଶୁଣିବାକୁ ମିଳୁଛି, ‘ବନ୍ଧୁ ହେବ ତ ଏମିତି’।
ସାଙ୍ଗମାନେ ଏବେ ସାହାରା
ପୁରୀ ପଥୁରିଆସାହିର ସନ୍ତୋଷ କୁମାର ସାହୁ। ବୟସ ତାଙ୍କୁ ୫୭ ପାଖାପାଖି ହେବ। ଦିନେ ସେ ଗୋଟେ ହୋଟେଲର ମ୍ୟାନେଜର୍, ଗୋଟେ ଇଂଜିନିୟରିଂ କଲେଜର ଆକାଉଣ୍ଟିଂ କାମ ତଦାରଖ କରୁଥିଲେ। ତା’ସହିତ କବିତା ଲେଖିବାର ରୁଚି ଥିବାରୁ ‘କାଳୀ ଝିଅ’ ଶୀର୍ଷକ କବିତା ପୁସ୍ତକଟିଏ ମଧ୍ୟ ରଚନା କରିଥିଲେ। ଧର୍ମପତ୍ନୀ ସଂଯୁକ୍ତା ଓ ୨ ପୁଅ ସୌମ୍ୟରଞ୍ଜନ ଓ ସୌମ୍ୟଦର୍ଶନଙ୍କୁ ନେଇ ତାଙ୍କ ହସଖୁସିର ସଂସାର । କିନ୍ତୁ ଦୁର୍ଭାଗ୍ୟ ଗତ ୩/୪ ବର୍ଷ ପୂର୍ବରୁ ହଠାତ୍ ସନ୍ତୋଷଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଲା ଆଉ ତାଙ୍କର ପୂରା ଶରୀର ପାରାଲାଇଜ୍ଡ ହୋଇଗଲା। ଶଯ୍ୟାଶାୟୀ ହୋଇଗଲେ ସନ୍ତୋଷ। ନା କିଛି କହିପାରୁଥିଲେ ନା ଉଠି ପାରୁଥିଲେ। ଅଳ୍ପ କିଛି ଯାହା ସଞ୍ଚୟ ଥିଲା, ସେସବୁ ସନ୍ତୋଷଙ୍କ ଚିକିତ୍ସାରେ ସରିଗଲା। ହେଲେ ସନ୍ତୋଷ ଭଲ ହେଲେନି। ଆଗକୁ ତାଙ୍କର ଚିକିତ୍ସା କିପରି ହେବ, ଘର କେମିତି ଚଳିବ, ପିଲାମାନେ ପାଠ ପଢିବେ କେମିତି, ସେ ନେଇ ସନ୍ତୋଷଙ୍କର ଧର୍ମପତ୍ନୀ ସଂଯୁକ୍ତା ଖୁବ୍ ଚିନ୍ତାରେ ଥାନ୍ତି। ଏହି ସମୟରେ ସନ୍ତୋଷଙ୍କର ସ୍କୁଲ୍ ବେଳର ସାଙ୍ଗ ଡ. ଦିଲୀପ କୁମାର ଖୁଣ୍ଟିଆ କେମିତି କେଜାଣି ଖବର ପାଇ ଆସି ସନ୍ତୋଷଙ୍କ ଘରେ ପହଞ୍ଚତ୍ଲେ। ସଂଯୁକ୍ତାଙ୍କଠାରୁ ସବୁ କଥା ଶୁଣି ସେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ସେଠାରୁ ଚାଲିଗଲେ ଆଉ ଅନ୍ୟ ସ୍କୁଲ ସାଙ୍ଗମାନଙ୍କୁ ଏ ସମ୍ପର୍କରେ ଜଣାଇଲେ। ଡ. ଦିଲୀପଙ୍କ ସମେତ କାଳିଆ, ବିନୟ, ରବି, ମନୋରଞ୍ଜନ, ପ୍ରଦୀପ, ଜଗଦୀଶ, ଗୀତା ଏହିପରି ପ୍ରାୟ ୩୦ ଜଣ ସାଙ୍ଗ ଏକାଠି ହୋଇ ସନ୍ତୋଷଙ୍କୁ ନେଇ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ୍ରେ ଚିକିତ୍ସା କରାଇଲେ। ସେଠାରେ ସନ୍ତୋଷଙ୍କର ଡାହାଣ ଗୋଡ଼ରେ କିଛି ଅସୁବିଧା ଥିବାରୁ ଅପରେଶନ ମଧ୍ୟ କରାଯାଇଥିଲା; ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଏହି ସ୍କୁଲ ସାଙ୍ଗମାନେ ହିଁ ବହନ କରିଥିଲେ। ପରବର୍ତ୍ତୀ ସମୟରେ ସନ୍ତୋଷଙ୍କର କେତେଜଣ ସାହିତି୍ୟକ ସାଙ୍ଗ ବି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଫଳ କିଛି ବି ହେଲାନି। ସନ୍ତୋଷ ଠିକ୍ ହୋଇ ପାରିଲେ ନାହିଁ। ସେବେଠାରୁ ସିଏ ଶେଯରେ ଶୋଇ ରହିଛନ୍ତି। ନା ଉଠି ପାରୁଛନ୍ତି ନା କଥା କହିପାରୁଛନ୍ତି। ପରିଚିତ ଲୋକ କିମ୍ବା ସାଙ୍ଗସାଥୀଙ୍କୁ ଦେଖି ଖାଲି ଯାହା ଆଖିରୁ ଲୁହ ଗଡ଼ାଉଛନ୍ତି। ତାଙ୍କ ପରିବାର ଚଳିବାକୁ ଏବଂ ତାଙ୍କ ଔଷଧ ଖର୍ଚ୍ଚ ପାଇଁ ସେବେଠାରୁ ଏହି ସାଙ୍ଗମାନେ ମିଶି କିଛି କିଛି ସାହାଯ୍ୟ କରି ଆସୁଛନ୍ତି। ଏନେଇ ସନ୍ତୋଷଙ୍କର ଜଣେ ସାହିତି୍ୟକା ବାନ୍ଧବୀ ସୁବାସିନୀ ଶତପଥୀ କୁହନ୍ତି, ‘ସନ୍ତୋଷ ଭାଇ ଜଣେ ବହୁତ ଭଲ ଲୋକ। ସେ କାହାର ଦୁଃଖ ସହି ପାରନ୍ତିନି। ହେଲେ ଭଗବାନ ତାଙ୍କ ଜୀବନରେ କାହିଁକି ଏତେ ଦୁଃଖକଷ୍ଟ ଭରିଦେଲେ କେଜାଣି! ତଥାପି ଆମେମାନେ କେହି ଆଶା ଛାଡ଼ିନୁ। ଯେତେବେଳେ ଯାହାକୁ ସୁବିଧା ହେଉଛି ଆସି ତାଙ୍କ ଭଲମନ୍ଦ କଥା ବୁଝି ଯାଉଛୁ। ଆଉ ତାଙ୍କର ଯାହା ଚିକିତ୍ସା ଦରକାର ହେଉଛି ତାକୁ କରୁଛୁ। ଏବେ ତାଙ୍କ ବଡ଼ ପୁଅ ଯୁକ୍ତ ତିନି ପଢିବା ସହିତ ପାର୍ଟଟାଇମ୍ରେ ଏମ୍. ବଜାରରେ କାମ କରି ଦୁଇପଇସା ରୋଜଗାର କଲାଣି। ସାନପୁଅ ଆଇଟିଆଇ ପଢୁଛି। ଆଶା ରଖିଛୁ ପୁଣିଥରେ କେମିତି ସନ୍ତୋଷ ଭାଇଙ୍କ ପରିବାରରେ ସବୁ କିଛି ଠିକ୍ଠାକ୍ ହୋଇଯାଉ ଆଉ ପୂର୍ବ ଖୁସି ପୁଣି ଫେରିଆସୁ।’ ସତରେ ସନ୍ତୋଷଙ୍କର ଏହି ସାଙ୍ଗମାନଙ୍କ ବଦାନ୍ୟତା ଖୁବ୍ ପ୍ରଶଂସନୀୟ।
ସାଙ୍ଗମାନଙ୍କ ପାଖରେ ଋଣୀ
ଭୁବନେଶ୍ୱର ଆଇଆର୍ସି ଭିଲେଜର ବାସିନ୍ଦା ହେଲେ ଉମାକାନ୍ତ ମହାପାତ୍ର। ରେଲ୍ଓ୍ବେ ଡିପାର୍ଟମେଣ୍ଟରେ ସିନିୟର୍ ଟେକ୍ନିସିଆନ୍ ଭାବେ ସିଏ କାମ କରନ୍ତି। ଘରେ ୪/୫ଟି ଗାଈ ରଖି ସେମାନଙ୍କର ଦେଖାଚାହାଁ ବି କରନ୍ତି। ୨୦୧୫ରେ ବାପା ଓ ସାନଭାଇ ଏବଂ ୨୦୧୭ରେ ମା’ଙ୍କର ମୃତ୍ୟୁ ହେବା ପରେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲେ। ଆଉ ଯେଉଁ ସମ୍ପର୍କୀୟମାନେ ଥିଲେ ସେମାନଙ୍କ ସହିତ ଉମାକାନ୍ତଙ୍କର ସେତେ ଭଲ ପଡୁ ନ ଥିଲା। ଧର୍ମପତ୍ନୀ ଓ ୨ ଝିଅକୁ ନେଇ ଦୁଃଖେସୁଖେ ସିଏ ତାଙ୍କର କଥା ବୁଝୁଥିଲେ। ଯେତେବେଳେ ବି ଛୋଟମୋଟ କିଛି ଅସୁବିଧା ହେଉଥିଲା ଉମାକାନ୍ତଙ୍କ ସାହାରା ସାଜୁଥିଲେ ତାଙ୍କର ସ୍କୁଲ୍ ଓ କଲେଜ ସାଙ୍ଗମାନେ। ୨୦୧୯ ଜାନୁୟାରୀ ୧୯ ତାରିଖରେ ଉମାକାନ୍ତଙ୍କ ସହ ଏମିତି ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଥିରୁ ତାଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରିଥିଲେ ବୋଲି କୁହନ୍ତି ଉମାକାନ୍ତ। ଘଟଣାଟି ଥିଲା ଏମିତି: ସେଦିନ ଅଫିସ୍ରୁ ଫେରି ସନ୍ଧ୍ୟାବେଳେ ଗାଈଙ୍କ କଥା ବୁଝିବା ସମୟରେ ହଠାତ୍ ଉମାକାନ୍ତଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଲା। ପତ୍ନୀ ତାଙ୍କୁ ଆଉଁଶାଆଉଁଶି କରୁଥିବାବେଳେ ଉମାକାନ୍ତ ତାଙ୍କର ସାଙ୍ଗ ଦିଲୀପ ବିଶ୍ୱାଳ, ବାବି ସେନାପତି ଓ ବିଶାଖାପାଟଣାରେ ଥିବା ତାଙ୍କର ଡାକ୍ତର ବନ୍ଧୁ ସୁଜିତ୍ ଦାସଙ୍କୁ ଫୋନ୍ କରି ସବୁକଥା ଜଣାଇଲେ। ସେମାନେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍ ଯିବାକୁ ପରାମର୍ଶ ଦେବାରୁ ପତ୍ନୀଙ୍କୁ ଧରି ଉମାକାନ୍ତ ଏକ ଘରୋଇ ହସ୍ପିଟାଲ୍କୁ ଗଲେ। ସେଠାରେ ଡାକ୍ତରୀ ପରୀକ୍ଷାରୁ ଜଣାଗଲା ଉମାକାନ୍ତଙ୍କୁ ହାର୍ଟଆଟାକ୍ ହୋଇଛି ବୋଲି। ତୁରନ୍ତ ଆନ୍ଜିଓପ୍ଲାଷ୍ଟି କରିବାକୁ ପଡିବ। ଉମାକାନ୍ତଙ୍କ ପାଖରେ ସେତେ ବେଶି ଟଙ୍କା ବି ନ ଥାଏ। ଏହି ସମୟରେ ଦିଲୀପ ଆସି ହସ୍ପିଟାଲ୍ରେ ପହଞ୍ଚତ୍ଗଲେ। ସେ ସାହସ ଦେଲେ ଉମାକାନ୍ତ ଓ ତାଙ୍କ ପତ୍ନୀଙ୍କୁ। ଆଉ କହିଲେ, ‘ଆମେ ସବୁ ସାଙ୍ଗ ଥାଉ ଥାଉ ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ, ତୋର କିଛି ହେବନି।’ ତା’ପରେ ଦିଲୀପ ଅନ୍ୟ ସାଙ୍ଗମାନଙ୍କୁ ଫୋନ୍ କରି ସବୁକଥା ଜଣାଇଦେଲେ। ଏପଟେ ଡାକ୍ତରଙ୍କ ସହ କଥା ହୋଇ ଉମାକାନ୍ତଙ୍କୁ ଓଟିକୁ ନେଇ ଷ୍ଟେନ୍ ଲଗାଇବା ପାଇଁ କହିଦେଇଥିଲେ ଦିଲୀପ। ଓଟିରୁ ବାହାରିଲାବେଳକୁ କେବଳ ଦିଲୀପଙ୍କୁ ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ ୧୫/୨୦ ଜଣ ସାଙ୍ଗକୁ ଦେଖି ଉମାକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଉମାକାନ୍ତଙ୍କୁ ପ୍ରାୟ ୪/୫ ଦିନ ହସ୍ପିଟାଲ୍ରେ ରହିବାକୁ ପଡ଼ିଲା। ଘରେ ଯେହେତୁ ୨ ଝିଅ ଥିଲେ ତେଣୁ ତାଙ୍କ ପତ୍ନୀଙ୍କୁ ଘରକୁ ଯିବାକୁ ପଡ଼ିଲା। ହେଲେ ତାଙ୍କର ସବୁ ସାଙ୍ଗମାନେ ସେହି ୪/୫ ଦିନ ଯାକ ପାଳି କରି ଉମାକାନ୍ତଙ୍କ ପାଖରେ ରହୁଥିଲେ ଆଉ ତାଙ୍କର ଦେଖାଚାହାଁ କରୁଥିଲେ। କେବଳ ସେତିକି ନୁହେଁ ଉମାକାନ୍ତ ପୂରା ଭଲ ହେବା ପର୍ଯ୍ୟନ୍ତ ତାଙ୍କ ଘରକୁ ଯାଇ ଏହି ସାଙ୍ଗମାନେ ଭଲମନ୍ଦ କଥା ବୁଝି ଆସୁଥିଲେ। ସାଙ୍ଗମାନଙ୍କର ଏହି ସାହାଯ୍ୟକୁ ନେଇ ଉମାକାନ୍ତ କୁହନ୍ତି, ‘ସତରେ ଭାଗ୍ୟବାନ ଲୋକଙ୍କୁ ଏଭଳି ସାଙ୍ଗମାନେ ମିଳନ୍ତି। ଯେଉଁ ଅବସ୍ଥାରେ ମୋ ପାଖରେ କେହି ନିଜ ଲୋକ ଠିଆ ହୋଇ ନ ଥିଲେ ସେଠି ଏହି ସାଙ୍ଗମାନେ ମୋ ପାଇଁ ସାହାରା ହେଲେ ଆଉ ମୋତେ ନୂଆ ଜୀବନ ଦେଲେ। ଖାଲି ଏ କ୍ଷେତ୍ରରେ ନୁହେଁ, ଯେତେବେଳେ ଅଫିସ୍ କାମରେ ମୁଁ କିଛିଦିନ ପାଇଁ ବାହାରକୁ ଚାଲିଯାଏ, ସେତେବେଳେ ଏହି ସାଙ୍ଗମାନଙ୍କ ଭିତରେ କେହି ନା କେହି ଆସି ଘରର ସଉଦାପତ୍ର ହେଉ ଅବା ପିଲାମାନଙ୍କର କ’ଣ ଦରକାର ତାହା ବୁଝି ଦେଇଯାନ୍ତି। ସେଥିପାଇଁ ମୁଁ ମୋ ସାଙ୍ଗମାନଙ୍କ ପାଖରେ ଚିର ଋଣୀ।’
ସାଙ୍ଗଙ୍କ ଖୁସି ପାଇଁ ଲଣ୍ଡା ହୋଇଗଲେ ସାଙ୍ଗ
ସାଉଥ୍ ଆଫ୍ରିକାର ଗର୍ଦି ମାକ୍କେନ୍ନା। ୨୦୧୪ରେ ସ୍ତନକର୍କଟ ରୋଗରେ ସିଏ ଆକ୍ରାନ୍ତ ହେଲେ। ରୋଗର ଚିକିତ୍ସା ପାଇଁ ତାଙ୍କର କେମୋଥେରାପି ଟ୍ରିଟ୍ମେଣ୍ଟ କରାଯିବାରୁ ତାଙ୍କର ମୁଣ୍ଡର କେଶ ସବୁ ଝଡ଼ିଗଲା। ନିଜର ଏଭଳି ରୂପକୁ ଦେଖି ତାଙ୍କୁ ଦୁଃଖ ଲାଗୁଥିଲେ ହେଁ ସେ ଏହାର ପ୍ରଭାବ ତାଙ୍କର ପରିବାର ଲୋକ ଓ ସାଙ୍ଗମାନଙ୍କ ଉପରେ ପକାଇବାକୁ ଚାହୁଁ ନ ଥିଲେ। ସେଥିପାଇଁ ମନ ଭିତରର ଦୁଃଖକୁ ଚାପି ଉପରେ ହସିବାକୁ ଚେଷ୍ଟା କରୁଥିଲେ। କିନ୍ତୁ କୁହାଯାଏ, ଯେଉଁଠି ମନ କଥା କେହି ବୁଝି ପାରନ୍ତିନି ସେଠି ପ୍ରକୃତ ବନ୍ଧୁଟିଏ ହୃଦୟରେ ଥିବା ସବୁ ଦରଦକୁ ବୁଝି ନିଏ। ଗର୍ଦିଙ୍କ କ୍ଷେତ୍ରରେ ବି ସେୟା ହେଲା। ଗର୍ଦିଙ୍କର ୧୧ ଜଣ ଖୁବ୍ ଭଲ ସାଙ୍ଗଥିଲେ। ସେମାନେ ଗର୍ଦିଙ୍କର ଦୁଃଖକୁ ଅନୁଭବ କରି ହଠାତ୍ ଦିନେ କୁହାକୁହି ହୋଇ ସମସ୍ତେ ଏକସାଙ୍ଗରେ ଲଣ୍ଡା ହୋଇଗଲେ। ଆଉ ଗର୍ଦିଙ୍କୁ ସର୍ପ୍ରାଇଜ୍ ଦେବା ପାଇଁ ଏକ ଫଟୋଶୁଟ୍ର ମଧ୍ୟ ଆୟୋଜନ କଲେ। ଗର୍ଦି ଯେବେ ଆସି ଏମିତି ଘଟଣା ଦେଖିଲେ ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଏହା ପଛରେ ଥିବା ସାଙ୍ଗମାନଙ୍କର ଭଲ ପାଇବାକୁ ବୁଝି ଦୁଃଖରେ କାନ୍ଦି ବି ଦେଇଥିଲେ। ସତରେ ବନ୍ଧୁତାରେ କିଛି ବି କଥା ସମ୍ଭବ ହୋଇପାରେ ବୋଲି ଗର୍ଦି ଓ ତାଙ୍କ ବନ୍ଧୁମାନଙ୍କର ଏହି ଫଟୋକୁ ଦେଖିଲେ ହିଁ ଜଣାଯାଏ।
ସତରେ ଯେଉଁ ସମ୍ପର୍କରେ ସ୍ବାର୍ଥ ଆଉ ସର୍ତ୍ତ ନ ଥାଏ, ତାହା ହିଁ ହେଉଛି ପ୍ରକୃତ ବନ୍ଧୁତା; ଯାହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ଏହି ବ୍ୟକ୍ତିମାନେ।
ତଥ୍ୟ ସହାୟତା- ଭାସ୍କର ରାଉତରାୟ
ହେବ। ଦିନେ ସେ ଗୋଟେ ହୋଟେଲର ମ୍ୟାନେଜର୍ ଥିବା ସହ ଗୋଟେ ଇଂଜିନିୟରିଂ କଲେଜର ଆକାଉଣ୍ଟିଂ କାମ ତଦାରଖ କରୁଥିଲେ। ଲେଖାଲେଖିରେ ରୁଚି ରହିଥିବାରୁ ‘କାଳୀ ଝିଅ’ ଶୀର୍ଷକ କବିତା ପୁସ୍ତକଟିଏ ମଧ୍ୟ ପ୍ରକାଶ କରିଥିଲେ। ଧର୍ମପତ୍ନୀ ସଂଯୁକ୍ତା ଓ ୨ ପୁଅ ସୌମ୍ୟରଞ୍ଜନ ଓ ସୌମ୍ୟଦର୍ଶନଙ୍କୁ ନେଇ ତାଙ୍କର ଥିଲା ହସଖୁସିର ସଂସାର । କିନ୍ତୁ ଦୁର୍ଭାଗ୍ୟକୁ ଗତ ୩/୪ ବର୍ଷ ପୂର୍ବରୁ ହଠାତ୍ ସନ୍ତୋଷଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଲା ଆଉ ତାଙ୍କର ପୂରା ଶରୀର ପାରାଲାଇଜ୍ଡ ହୋଇଗଲା। ଶଯ୍ୟାଶାୟୀ ହୋଇଗଲେ ସନ୍ତୋଷ। ନା କିଛି କହିପାରୁଥିଲେ ନା ଉଠି ପାରୁଥିଲେ। ଅଳ୍ପ କିଛି ଯାହା ସଞ୍ଚୟ ଥିଲା, ସେସବୁ ସନ୍ତୋଷଙ୍କ ଚିକିତ୍ସାରେ ସରିଗଲା। ହେଲେ ସନ୍ତୋଷ ଭଲ ହେଲେନି। ଆଗକୁ ତାଙ୍କର ଚିକିତ୍ସା କିପରି ହେବ, ଘର କେମିତି ଚଳିବ, ପିଲାମାନେ ପାଠ କେମିତି ପଢିବେ, ସେ ନେଇ ସନ୍ତୋଷଙ୍କର ଧର୍ମପତ୍ନୀ ସଂଯୁକ୍ତା ଖୁବ୍ ଚିନ୍ତାରେ ଥାନ୍ତି। ଏହି ସମୟରେ ସନ୍ତୋଷଙ୍କର ସ୍କୁଲ୍ ବେଳର ସାଙ୍ଗ ଡ. ଦିଲୀପ କୁମାର ଖୁଣ୍ଟିଆ କେମିତି କେଜାଣି ଖବର ପାଇ ଆସି ସନ୍ତୋଷଙ୍କ ଘରେ ପହଞ୍ଚତ୍ଲେ। ସଂଯୁକ୍ତାଙ୍କଠାରୁ ସବୁ କଥା ଶୁଣି ସେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ସେଠାରୁ ଚାଲିଗଲେ ଆଉ ଅନ୍ୟ ସ୍କୁଲ ସାଙ୍ଗମାନଙ୍କୁ ଏ ସମ୍ପର୍କରେ ଜଣାଇଲେ। ଡ. ଦିଲୀପଙ୍କ ସମେତ କାଳିଆ, ବିନୟ, ରବି, ମନୋରଞ୍ଜନ, ପ୍ରଦୀପ, ଜଗଦୀଶ, ଗୀତା ଏହିପରି ପ୍ରାୟ ୩୦ ଜଣ ସାଙ୍ଗ ଏକାଠି ହୋଇ ସନ୍ତୋଷଙ୍କୁ ନେଇ ଭୁବନେଶ୍ୱରର ଲିଙ୍ଗିପୁରସ୍ଥିତ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ୍ରେ ଚିକିତ୍ସା କରାଇଲେ। ସେଠାରେ ସନ୍ତୋଷଙ୍କର ଡାହାଣ ଗୋଡ଼ରେ କିଛି ଅସୁବିଧା ଥିବାରୁ ଅପରେଶନ ମଧ୍ୟ କରାଯାଇଥିଲା; ଯାହାର ସମ୍ପୂର୍ଣ୍ଣ ଖର୍ଚ୍ଚ ଏହି ସ୍କୁଲ ସାଙ୍ଗମାନେ ହିଁ ବହନ କରିଥିଲେ। ପରବର୍ତ୍ତୀ ସମୟରେ ସନ୍ତୋଷଙ୍କର କେତେଜଣ ସାହିତି୍ୟକ ସାଙ୍ଗ ବି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିନ୍ତୁ ଫଳ କିଛି ବି ହେଲାନି। ସନ୍ତୋଷ ଠିକ୍ ହୋଇ ପାରିଲେ ନାହିଁ। ସେବେଠାରୁ ସିଏ ଶେଯରେ ଶୋଇ ରହିଛନ୍ତି। ନା ଉଠି ପାରୁଛନ୍ତି ନା କଥା କହିପାରୁଛନ୍ତି। ପରିଚିତ ଲୋକ କିମ୍ବା ସାଙ୍ଗସାଥୀଙ୍କୁ ଦେଖି ଖାଲି ଯାହା ଆଖିରୁ ଲୁହ ଗଡ଼ାଉଛନ୍ତି। ତାଙ୍କ ପରିବାର ଚଳିବାକୁ ଏବଂ ତାଙ୍କ ଔଷଧ ଖର୍ଚ୍ଚ ପାଇଁ ସେବେଠାରୁ ଏହି ସାଙ୍ଗମାନେ ମିଶି କିଛି କିଛି ସାହାଯ୍ୟ କରି ଆସୁଛନ୍ତି। ଏନେଇ ସନ୍ତୋଷଙ୍କର ଜଣେ ସାହିତି୍ୟକା ବାନ୍ଧବୀ ସୁବାସିନୀ ଶତପଥୀ କୁହନ୍ତି, ‘ସନ୍ତୋଷ ଭାଇ ଜଣେ ବହୁତ ଭଲ ଲୋକ। ସେ କାହାର ଦୁଃଖ ସହି ପାରନ୍ତିନି। ହେଲେ ଭଗବାନ ତାଙ୍କ ଜୀବନରେ କାହିଁକି ଏତେ ଦୁଃଖକଷ୍ଟ ଭରିଦେଲେ କେଜାଣି! ତଥାପି ଆମେମାନେ କେହି ଆଶା ଛାଡ଼ିନୁ। ଯେତେବେଳେ ଯାହାକୁ ସୁବିଧା ହେଉଛି ଆସି ତାଙ୍କ ଭଲମନ୍ଦ କଥା ବୁଝି ଯାଉଛୁ। ଆଉ ତାଙ୍କର ଯାହା ଚିକିତ୍ସା ଦରକାର ହେଉଛି ତାକୁ କରୁଛୁ। ଏବେ ତାଙ୍କ ବଡ଼ ପୁଅ ଯୁକ୍ତ ତିନି ପଢିବା ସହିତ ପାର୍ଟଟାଇମ୍ରେ ଏମ୍. ବଜାରରେ କାମ କରି ଦୁଇପଇସା ରୋଜଗାର କଲାଣି। ସାନପୁଅ ଆଇଟିଆଇ ପଢୁଛି। ଆଶା ରଖିଛୁ ପୁଣିଥରେ କେମିତି ସନ୍ତୋଷ ଭାଇଙ୍କ ପରିବାରରେ ସବୁ କିଛି ଠିକ୍ଠାକ୍ ହୋଇଯାଉ ଆଉ ପୂର୍ବ ଖୁସି ଫେରିଆସୁ।’ ସତରେ ସନ୍ତୋଷଙ୍କର ଏହି ସାଙ୍ଗମାନଙ୍କ ବଦାନ୍ୟତା ଖୁବ୍ ପ୍ରଶଂସନୀୟ।
ସାଙ୍ଗମାନଙ୍କ ପାଖରେ ଋଣୀ
ଭୁବନେଶ୍ୱର ଆଇଆର୍ସି ଭିଲେଜର ବାସିନ୍ଦା ହେଲେ ଉମାକାନ୍ତ ମହାପାତ୍ର। ରେଲ୍ଓ୍ବେ ଡିପାର୍ଟମେଣ୍ଟରେ ସିନିୟର୍ ଟେକ୍ନିସିଆନ୍ ଭାବେ ସିଏ କାମ କରନ୍ତି। ଘରେ ୪/୫ଟି ଗାଈ ରଖି ସେମାନଙ୍କର ଦେଖାଚାହାଁ ବି କରନ୍ତି। ୨୦୧୫ରେ ବାପା, ସାନଭାଇ ଏବଂ ୨୦୧୭ରେ ମା’ଙ୍କର ମୃତ୍ୟୁ ହେବା ପରେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲେ। ଆଉ ଯେଉଁ ସମ୍ପର୍କୀୟମାନେ ଥିଲେ ସେମାନଙ୍କ ସହିତ ଉମାକାନ୍ତଙ୍କର ସେତେ ଭଲ ପଡୁ ନ ଥିଲା। ଧର୍ମପତ୍ନୀ ଓ ୨ ଝିଅକୁ ନେଇ ଦୁଃଖେସୁଖେ ସିଏ ତାଙ୍କର କଥା ବୁଝୁଥିଲେ। ଯେତେବେଳେ ବି ଛୋଟମୋଟ କିଛି ଅସୁବିଧା ହେଉଥିଲା ଉମାକାନ୍ତଙ୍କ ସାହାରା ସାଜୁଥିଲେ ତାଙ୍କର ସ୍କୁଲ୍ ଓ କଲେଜ ସାଙ୍ଗମାନେ। ୨୦୧୯ ଜାନୁୟାରୀ ୧୯ ତାରିଖରେ ଉମାକାନ୍ତଙ୍କ ସହ ଏମିତି ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଥିରୁ ତାଙ୍କୁ ତାଙ୍କ ସାଙ୍ଗମାନେ ଉଦ୍ଧାର କରିଥିଲେ ବୋଲି କୁହନ୍ତି ଉମାକାନ୍ତ। ଘଟଣାଟି ଥିଲା ଏମିତି: ସେଦିନ ଅଫିସ୍ରୁ ଫେରି ସନ୍ଧ୍ୟାବେଳେ ଗାଈଙ୍କ କଥା ବୁଝିବା ସମୟରେ ହଠାତ୍ ଉମାକାନ୍ତଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ହେଲା। ପତ୍ନୀ ତାଙ୍କୁ ଆଉଁଶାଆଉଁଶି କରୁଥିବାବେଳେ ଉମାକାନ୍ତ ତାଙ୍କର ସାଙ୍ଗ ଦିଲୀପ ବିଶ୍ୱାଳ, ବାବି ସେନାପତି ଓ ବିଶାଖାପାଟଣାରେ ଥିବା ତାଙ୍କର ଡାକ୍ତର ବନ୍ଧୁ ସୁଜିତ୍ ଦାସଙ୍କୁ ଫୋନ୍ କରି ସବୁକଥା ଜଣାଇଲେ। ସେମାନେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ୍ ଯିବାକୁ ପରାମର୍ଶ ଦେବାରୁ ପତ୍ନୀଙ୍କୁ ଧରି ଉମାକାନ୍ତ ଏକ ଘରୋଇ ହସ୍ପିଟାଲ୍କୁ ଗଲେ। ସେଠାରେ ଡାକ୍ତରୀ ପରୀକ୍ଷାରୁ ଜଣାଗଲା ଉମାକାନ୍ତଙ୍କୁ ହାର୍ଟଆଟାକ୍ ହୋଇଛି ବୋଲି। ତୁରନ୍ତ ଆନ୍ଜିଓପ୍ଲାଷ୍ଟି କରିବାକୁ ପଡିବ। ଉମାକାନ୍ତଙ୍କ ପାଖରେ ସେତେ ବେଶି ଟଙ୍କା ବି ନ ଥାଏ। ଏହି ସମୟରେ ଦିଲୀପ ଆସି ହସ୍ପିଟାଲ୍ରେ ପହଞ୍ଚତ୍ଗଲେ। ସେ ସାହସ ଦେଲେ ଉମାକାନ୍ତ ଓ ତାଙ୍କ ପତ୍ନୀଙ୍କୁ। ଆଉ କହିଲେ, ‘ଆମେ ସବୁ ସାଙ୍ଗ ଥାଉ ଥାଉ ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ, ତୋର କିଛି ହେବନି।’ ତା’ପରେ ଦିଲୀପ ଅନ୍ୟ ସାଙ୍ଗମାନଙ୍କୁ ଫୋନ୍ କରି ସବୁକଥା ଜଣାଇଦେଲେ। ଏପଟେ ଡାକ୍ତରଙ୍କ ସହ କଥା ହୋଇ ଉମାକାନ୍ତଙ୍କୁ ଓଟିକୁ ନେଇ ଷ୍ଟେନ୍ ଲଗାଇବା ପାଇଁ କହିଦେଇଥିଲେ ଦିଲୀପ। ଓଟିରୁ ବାହାରିଲାବେଳକୁ କେବଳ ଦିଲୀପଙ୍କୁ ନୁହେଁ, ସେଠାରେ ଉପସ୍ଥିତ ଥିବା ଅନ୍ୟ ୧୫/୨୦ ଜଣ ସାଙ୍ଗକୁ ଦେଖି ଉମାକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ଉମାକାନ୍ତଙ୍କୁ ପ୍ରାୟ ୪/୫ ଦିନ ହସ୍ପିଟାଲ୍ରେ ରହିବାକୁ ପଡ଼ିଲା। ଘରେ ଯେହେତୁ ୨ ଝିଅ ଥିଲେ ତେଣୁ ତାଙ୍କ ପତ୍ନୀଙ୍କୁ ଘରକୁ ଯିବାକୁ ପଡ଼ିଲା। ହେଲେ ତାଙ୍କର ସବୁ ସାଙ୍ଗମାନେ ସେହି ୪/୫ ଦିନ ଯାକ ପାଳି କରି ଉମାକାନ୍ତଙ୍କ ପାଖରେ ରହୁଥିଲେ ଆଉ ତାଙ୍କର ଦେଖାଚାହାଁ କରୁଥିଲେ। କେବଳ ସେତିକି ନୁହେଁ ଉମାକାନ୍ତ ପୂରା ଭଲ ହେବା ପର୍ଯ୍ୟନ୍ତ ତାଙ୍କ ଘରକୁ ଯାଇ ଏହି ସାଙ୍ଗମାନେ ଭଲମନ୍ଦ କଥା ବୁଝି ଆସୁଥିଲେ। ସାଙ୍ଗମାନଙ୍କର ଏହି ସାହାଯ୍ୟକୁ ନେଇ ଉମାକାନ୍ତ କୁହନ୍ତି, ‘ସତରେ ଭାଗ୍ୟବାନ ଲୋକଙ୍କୁ ଏଭଳି ସାଙ୍ଗମାନେ ମିଳନ୍ତି। ଯେଉଁ ଅବସ୍ଥାରେ ମୋ ପାଖରେ କେହି ନିଜ ଲୋକ ଠିଆ ହୋଇ ନ ଥିଲେ ସେଠି ଏହି ସାଙ୍ଗମାନେ ମୋ ପାଇଁ ସାହାରା ହେଲେ ଆଉ ମୋତେ ନୂଆ ଜୀବନ ଦେଲେ। ଖାଲି ଏ କ୍ଷେତ୍ରରେ ନୁହେଁ, ଯେତେବେଳେ ଅଫିସ୍ କାମରେ ମୁଁ କିଛିଦିନ ପାଇଁ ବାହାରକୁ ଚାଲିଯାଏ, ସେତେବେଳେ ଏହି ସାଙ୍ଗମାନଙ୍କ ଭିତରୁ କେହି ନା କେହି ଆସି ଘରର ସଉଦାପତ୍ର ହେଉ ଅବା ପିଲାମାନଙ୍କର କ’ଣ ଦରକାର ତାହା ବୁଝି ଦେଇଯାନ୍ତି। ସେଥିପାଇଁ ମୁଁ ମୋ ସାଙ୍ଗମାନଙ୍କ ପାଖରେ ଚିର ଋଣୀ।’
ସାଙ୍ଗଙ୍କ ଖୁସି ପାଇଁ ଲଣ୍ଡା ହୋଇଗଲେ ସାଙ୍ଗ
ସାଉଥ୍ ଆଫ୍ରିକାର ଗର୍ଦି ମାକ୍କେନ୍ନା। ୨୦୧୪ରେ ସ୍ତନକର୍କଟ ରୋଗରେ ଆକ୍ରାନ୍ତ ହେଲେ। ଚିକିତ୍ସା ପାଇଁ ତାଙ୍କର କେମୋଥେରାପି ଟ୍ରିଟ୍ମେଣ୍ଟ କରାଯିବାରୁ ତାଙ୍କର କେଶ ସବୁ ଝଡ଼ିଗଲା। ନିଜର ଏଭଳି ରୂପକୁ ଦେଖି ତାଙ୍କୁ ଦୁଃଖ ଲାଗୁଥିଲେ ହେଁ ସେ ଏହାର ପ୍ରଭାବ ତାଙ୍କର ପରିବାର ଲୋକ ଓ ସାଙ୍ଗମାନଙ୍କ ଉପରେ ପକାଇବାକୁ ଚାହୁଁ ନ ଥିଲେ। ସେଥିପାଇଁ ମନ ଭିତରର ଦୁଃଖକୁ ଚାପି ଉପରେ ହସିବାକୁ ଚେଷ୍ଟା କରୁଥିଲେ। କିନ୍ତୁ କୁହାଯାଏ, ଯେଉଁଠି ମନ କଥା କେହି ବୁଝି ପାରନ୍ତିନି ସେଠି ପ୍ରକୃତ ବନ୍ଧୁଟିଏ ହୃଦୟରେ ଥିବା ସବୁ ଦରଦକୁ ବୁଝି ନିଏ। ଗର୍ଦିଙ୍କ କ୍ଷେତ୍ରରେ ବି ସେୟା ହେଲା। ଗର୍ଦିଙ୍କର ୧୧ ଜଣ ଖୁବ୍ ଭଲ ସାଙ୍ଗଥିଲେ। ସେମାନେ ଗର୍ଦିଙ୍କର ଦୁଃଖକୁ ଅନୁଭବ କରି ହଠାତ୍ ଦିନେ କୁହାକୁହି ହୋଇ ସମସ୍ତେ ଏକସାଙ୍ଗରେ ଲଣ୍ଡା ହୋଇଗଲେ। ଆଉ ଗର୍ଦିଙ୍କୁ ସର୍ପ୍ରାଇଜ୍ ଦେବା ପାଇଁ ଏକ ଫଟୋଶୁଟ୍ର ମଧ୍ୟ ଆୟୋଜନ କଲେ। ଗର୍ଦି ଯେବେ ଆସି ଏମିତି ଘଟଣା ଦେଖିଲେ ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ ଏହା ପଛରେ ଥିବା ସାଙ୍ଗମାନଙ୍କର ଭଲ ପାଇବାକୁ ବୁଝି ଦୁଃଖରେ କାନ୍ଦି ପକାଇଥିଲେ। ସତରେ ବନ୍ଧୁତାରେ କିଛି ବି କଥା ସମ୍ଭବ ହୋଇପାରେ ବୋଲି ଗର୍ଦି ଓ ତାଙ୍କ ବନ୍ଧୁମାନଙ୍କର ଏହି ଫଟୋକୁ ଦେଖିଲେ ହିଁ ଜଣାଯାଏ।
ତେଣୁ ଯେଉଁ ସମ୍ପର୍କରେ ସ୍ବାର୍ଥ ଆଉ ସର୍ତ୍ତ ନ ଥାଏ, ତାହା ହିଁ ହେଉଛି ପ୍ରକୃତ ବନ୍ଧୁତା; ଯାହାକୁ ପ୍ରମାଣ କରି ଦେଖାଇ ଦେଇଛନ୍ତି ଏହି ବ୍ୟକ୍ତିମାନେ।
-ଅମ୍ବ୍ରିତା ମିଶ୍ର
ତଥ୍ୟ ସହାୟତା: ଭାସ୍କର ରାଉତରାୟ