ସୁସ୍ଥ କିଡ୍‌ନୀ ପାଇଁ…

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରିଥାଏ। ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହେଲେ ଆମେ କେତେକ ରୋଗକୁ ପରୋକ୍ଷରେ ନିମନ୍ତ୍ରଣ କରିଥାଉ। ତେଣୁ କିଡ୍‌ନୀ କିପରି ସୁରକ୍ଷିତ ରହିବା ସହ ଠିକ୍‌ ଭାବରେ କାର୍ଯ୍ୟ କରିବ ସେ ନେଇ ଜଣେ ସଚେତନ ରହିବା ନିହାତି ଦରକାର। ତେବେ ଏ ବିଷୟରେ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା ମନେରଖନ୍ତୁ। କିଡ୍‌ନୀ କାର୍ଯ୍ୟ ବାଧାପ୍ରାପ୍ତ ହେଲେ ପାଦ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ମଧ୍ୟ ହୁଏ। ଶ୍ୱାସକ୍ରିୟାରେ ବାଧା ଉପୁଜେ, ଫଳରେ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦିଏ। ତେଣୁ କିଡ୍‌ନୀକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ। କିଡ୍‌ନୀଜନିତ ରୋଗର ଲକ୍ଷଣ ବିଷୟରେ ଅବଗତ ହେବା ମାତ୍ରେ ବିଳମ୍ବ ନ କରି କିଡ୍‌ନୀ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ଏହାକୁ ସୁସ୍ଥ ରଖିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର, ସୋୟାବିନ୍‌୍‌ ଆଦିିରେ ପ୍ରୋଟିନ୍‌ ଅଧିକ ଥାଏ। ଏହାକୁ ଆପଣ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଦୈନିକ ୫ଗ୍ରାମ୍‌ ଲୁଣ ମଧ୍ୟ ଖାଇପାରନ୍ତି। ଯଦି ଆପଣ ନିଶାଦ୍ରବ୍ୟ ସେବନ ସହ ଜଡ଼ିତ ତେବେ ତୁରନ୍ତ ଏପରି ଅଭ୍ୟାସ ତ୍ୟାଗ କରନ୍ତୁ। କାରଣ ନିଶାଦ୍ରବ୍ୟ ସେବନ ଦ୍ୱାରା କିଡ୍‌ନୀର କାର୍ଯ୍ୟଧାରା ପ୍ରଭାବିତ ହୋଇଥାଏ।