ସକାରାତ୍ମକ ମାନସିକତା ପାଇଁ …

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ହେଲେ ଏଥିପ୍ରତି ନଜର ଦେଲେ ଆମେ ନିଜର କାମକୁ ସୂଚାରୁ ରୂପେ ତୁଲାଇ ପାରିବା। ଏହା ପଛରେ ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ଖାଦ୍ୟପେୟ ପ୍ରତି ଦୃଷ୍ଟି ଦିଅନ୍ତି ତେବେ ତାଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହିଥାଏ। ଏପରି ରୋଚକ ତଥ୍ୟ ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ‘ସକାରାତ୍ମକ ମାନସିକତା ଓ ଖାଦ୍ୟପେୟ’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ଜୀବନଶୈଳୀକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ବିଶେଷଭାବରେ ସେମାନଙ୍କର ଖାଦ୍ୟପେୟ ଶୈଳୀକୁ ଗୁରୁତ୍ୱ ଦିଆଯାଇଥିଲା। ଯେଉଁମାନଙ୍କର ଖାଦ୍ୟପେୟ ଶୈଳୀ ଠିକ୍‌ ଥିଲା, ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ମାନସିକତା ସକାରାତ୍ମକ ରହିଥିବାର ଜଣାପଡିଥିଲା ବୋଲି ରିପୋର୍ଟରୁ ଜଣାପଡିଛି।