Categories: ଖେଳ

ଇଂଲଣ୍ଡ ଦଳର ଘା’ରେ ଚୂନ ଲଗାଇଲେ ନିଜ ଦେଶର କ୍ରିକେଟର୍‌, କହିଲେ ଏମିତି

ଲଣ୍ଡନ,୨୨।୮: ଭାରତ ବିପକ୍ଷରେ ଇଂଲଣ୍ଡ କ୍ରିକେଟ ଦଳ ଲର୍ଡସ ଟେଷ୍ଟ ହାରିବା ପରେ ଘରୋଇ ଦଳକୁ ପ୍ରଦର୍ଶନ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଦଳର ଭୁଲକୁ ପଦାକୁ ଆଣିବା ପାଇଁ କୌଣସି ସୁଯୋଗ ଛାଡି ନାହାଁନ୍ତି। ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ପରେ ଡେଭିଡ ଗାୱାରଙ୍କ ପରେ ଏବେ ପୂର୍ବତନ ଅଧିନାୟକ ମାଇକେଲ ଆଥର୍ଟନ ମଧ୍ୟ ଇଂଲଣ୍ଡ ଦଳକୁ ସମାଲୋଚନା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଇଂଲଣ୍ଡ ଯେଉଁ ପ୍ରକାର ଖେଳ ପ୍ରଦର୍ଶନ କରିଛି ତାହା ଦେଖାଯାଉଛି ଯେ ଏହି ଦଳ ୦-୨ ପଛରେ ରହିବା ଉଚିତ୍ତ। ଆଥର୍ଟନ ଏକ ସ୍ତମ୍ଭରେ ଲେଖିଛନ୍ତି ଯେ ଯଦି ନଟିଂହାମରେ ବର୍ଷା ହୋଇନଥାନ୍ତା ତେବେ ଟିମ ଇଣ୍ଡିଆ ସିରିଜରେ ୨-୦ ଆଗରେ ରହିଥାନ୍ତା।
ଆଥର୍ଟନ କହିଛନ୍ତି, ଲର୍ଡସ ଟେଷ୍ଟର ପଞ୍ଚମ ଦିନରେ ଇଂଲଣ୍ଡ ଦଳ ଯେଉଁ ପ୍ରକାର ଖେଳ ପ୍ରଦର୍ଶନ କରିଥିଲା ତାହା ମୂର୍ଖତାଠାରୁ କମ ନୁହେଁ। ସେହି ମ୍ୟାଚରେ ଭାରତ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛି। ଟିମ ଇଣ୍ଡିଆ କିପରି ଭାବରେ ସେମାନଙ୍କ ଖେଳର ଗତି ଏବଂ ଲର୍ଡସରେ ଜିତିବାର ଉତ୍ସାହ ଦେଖାଇଲା। ଟିମ ଇଣ୍ଡିଆ କେଉଁ ପ୍ରକାରର କୌଶଳକୁ କଠିନ ମୁହୂର୍ତ୍ତରେ ଦେଖାଇଲା ତାହା ସ୍ପଷ୍ଟ ହୋଇଛି ଯେ ନଟିଂହାମ ଟେଷ୍ଟର ଫଳାଫଳ କ’ଣ ହୋଇଥାନ୍ତା। ଯଦି ନଟିଂହାମରେ ବର୍ଷା ହୋଇ ନ ଥାନ୍ତା ତେବେ ଏହି ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଥାନ୍ତା।

Share