Categories: ଜାତୀୟ

ଛତିଶଗଡ଼ର ସମସ୍ତ ଆସନ ପାଇଁ ନାମ ଚୁଡାନ୍ତ, ରାଜସ୍ଥାନର ୫୪ ପ୍ରାର୍ଥୀଙ୍କ ନାମରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୧୦: ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ରାଜସ୍ଥାନ ପାଇଁ ପ୍ରାୟ ୫୪ଜଣ ପ୍ରାର୍ଥୀଙ୍କ ନାମରେ ମୋହର ଲଗାଇଛି। ସୂଚନାନୁସାରେ, ଏମପିମାନେ ପ୍ରାୟ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇପାରିବେ। ରାଜସ୍ଥାନର ନିର୍ବାଚନ କମିଟିରେ ଆଲୋଚନା ହୋଇଥିବା ଆସନଗୁଡ଼ିକ ହେଉଛି ବି ବର୍ଗର ଆସନ, ଅର୍ଥାତ୍‌ ଗତ ନିର୍ବାଚନରେ ଭାଜପା ଏସବୁ ଆସନରେ ହାରି ଯାଇଥିଲା।
ମଧ୍ୟପ୍ରଦେଶର ଧାରାରେ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ନିଜର ଏମପିମାନଙ୍କୁ ସ୍ଥାନ ଦେଇପାରେ, ଉଦୀୟମାନ ନାମଗୁଡିକ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବଟ, କେନ୍ଦ୍ର କୃଷି ମନ୍ତ୍ରୀ କୈଳାଶ ଚୌଧୁରୀ, ଜୟପୁର ଗ୍ରାମ୍ୟ ଏମପି ରାଜବର୍ଦ୍ଧନ ସିଂ ରାଠୋର, ରାଜସମନ୍ଦର ଏମପି ଦିୟା କୁମାରୀ, ଚୁରୁ ଏମପି ରାହୁଲ କାସୱନ ଏବଂ ଅଲୱାର ଏମପି ବାବା ବାଳକ ନାଥ ଅନ୍ତର୍ଭୁକ୍ତ।
ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଛତିଶଗଡର ପ୍ରାୟ ସମସ୍ତ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୬୯ ଟି ଆସନ ଉପରେ ନିର୍ବାଚନ କମିଟିରେ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି, ସମସ୍ତ ବିଧାୟକଙ୍କୁ ପୁନର୍ବାର ଟିକେଟ ଦିଆଯାଉଥିବାବେଳେ ମଧ୍ୟପ୍ରଦେଶର ଫର୍ମୁଲା ଲାଗୁ ହେବା ସହ ଏମପିମାନେ ମଇଦାନକୁ ଓହ୍ଲାଇପାରିବେ।

Share