ଆଜ୍‌ମା ରୋଗୀଙ୍କ ପାଇଁ…

ଆଜ୍‌ମା ଏକ ଶ୍ୱାସଜନିତ ରୋଗ। ଏଥିପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବାକୁ ପଡେ। ଜଣେ ଆଜ୍‌ମା ରୋଗୀ ନିଜର ଖାଦ୍ୟ ତାଲିକାରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଦରକାର। ଏହାଦ୍ୱାରା ଆଜ୍‌ମା ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ। ସବୁବେଳେ ଓଜନ କିପରି ସନ୍ତୁଳିତ ରହିବ ସେ ନେଇ ଦୃଷ୍ଟି ଦିଅନ୍ତୁ। ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ। ବାହାରକୁ ବୁଲିବାକୁ ଯାଉଥିଲେ ପରିଷ୍କାର କପଡାରେ ନାକ ଏବଂ ପାଟିକୁ ଆବୃତ୍ତ କରି ରଖନ୍ତୁ। ଏହାଦ୍ୱାରା ଡଷ୍ଟ ଆଲର୍ଜି ହେବାର ଆଶଙ୍କା କମ୍‌ ଥାଏ। ନିୟମିତ ସମୟ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ଆଜମା ସ୍ଥିତି ବିଷୟରେ ଅବଗତ ହୁଅନ୍ତୁ।