ସନ୍ତୁଳିତ ଓଜନ ପାଇଁ…

ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ନ ହେଲେ ଓଜନ ବୃଦ୍ଧି ପରୋକ୍ଷରେ କେତେକ ରୋଗର କାରଣ ହୋଇଥାଏ। ଏହାକୁ ସନ୍ତୁଳିତ ରଖିବାର ଏକ ସରଳ ତଥା ସହଜ ଉପାୟ ହାତପାହାନ୍ତାରେ ରହିଛି। ଏଥିପାଇଁ ମଧ୍ୟ ବେଶି କଷ୍ଟ କରିବାକୁ ପଡିବ ନାହିଁ। ବାସ୍‌, ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଓଜନ ପ୍ରାୟତଃ ବଢ଼ିବ ନାହିଁ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ତାହା ହେଲା, ଖାଇବା ଶୈଳୀ। ଯଦି ଜଣେ ବ୍ୟକ୍ତି ଖାଦ୍ୟକୁ ଠିକ୍‌ ଭାବରେ ଖାଆନ୍ତି, ଖାଇବା ସମୟରେ ତରବର ହୁଅନ୍ତି ନାହିଁ, ତେବେ ତାଙ୍କର ଓଜନ ଅନେକାଂଶରେ ସନ୍ତୁଳିତ ରହିଥାଏ ବୋଲି ସେମାନେ ଏକ ସଦ୍ୟତମ ଗବେଷଣାରୁ ଜାଣିବାକୁ ପାଇଛନ୍ତି।