Categories: ଜାତୀୟ

‘ଏଏପିର ଉଦୟ ଭାଜପା ପାଇଁ ବିପଦ ନୁହେଁ’

ନୂଆଦିଲ୍ଲୀ,୧୧।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ମିଳିଥିବା ସଫଳତାର ଅର୍ଥ ଅର୍ଥ ନୁହେଁ ଆମ ଆଦମି ପାର୍ଟି (ଏଏପି) ଜାତୀୟ ସ୍ତରରେ ଭାଜପା ପାଇଁ ବିପଦ ହେବ। ସାଫ୍ରନ ପାର୍ଟିର ବିକଳ୍ପ ହେବାକୁ ହେଲେ ଏହି ଦଳକୁ ଲୋକସଭାରେ ଅତିକମ୍‌ରେ ୧୦୦ ଆସନ ଜିତିବାକୁ ପଡ଼ିବ ବୋଲି ଭାଜପା ନେତା ପି ମୁରଲିଧର ରାଓ କହିଛନ୍ତି।

“ଯେମିତି କଂଗ୍ରେସ ମୁଖ୍ୟ ଜାତୀୟ ଦଳ ହୋଇଥିଲା ଠିକ୍‌ ସେଭଳି ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଭାଜପା ଜାତୀୟ ଦଳ ହୋଇ ରହିବ। ଭାଜପା ବିରୋଧୀ ପାଇଁ ସ୍ଥାନ ଫାଙ୍କା ପଡ଼ିଥିବା ବେଳେ ବିରୋଧୀ ଦଳ ଭାବେ କଂଗ୍ରେସର ଦକ୍ଷତା ସନ୍ଦେହ ଘେରରେ। ଏଣୁ ଏହା ଏଏପି ପାଇଁ ସୁଯୋଗ ହୋଇପାରେ। କିନ୍ତୁ ଭାଜପା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ହୋଇ ଉଭା ହେବା ପାଇଁ ସେମାନଙ୍କୁ ଅତିକମ୍‌ରେ ୧୦୦ ଲୋକ ସଭା ଆସନ ଜିତିବାକୁ ପଡ଼ିବ” ବୋଲି ବରିଷ୍ଠ ଭାଜପା ନେତା କହିଛନ୍ତି।

Share