ବୋଲ୍ଡ ଶଟ୍‌ ପାଇଁ..

କିଆରା ଆଡଓ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ କ’ଣ ଜାଣନ୍ତି ? ନିକଟରେ ଏକ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ ଗୋଟିଏ କଥାକୁ ନେଇ ସେ ଆଗପଛ ହେଉଥିଲେ। ହେଲେ କିଛି ଦିନ ପରେ ସେ ନେଇ ନିଜର ମାଇଣ୍ଡ ମେକଅପ କରି ନିଜର ସମ୍ମତି ପ୍ରଦାନ କରିଥିଲେ। କଥା କ’ଣ କି ଏଥିରେ ତାଙ୍କୁ ବିକିନି ପିନ୍ଧି ଶଟ୍‌ ଦେବାକୁ ପଡିବ, ତେଣୁ ସେ ନେଇ ଦୋଛକିରେ ପଡିଥିଲେ। ଏ ସମ୍ପର୍କରେ କିଆରା କହନ୍ତି, ‘ଏହି ଫିଲ୍ମରେ ମୋତେ ବିକିନି ପିନ୍ଧିବାକୁ ପଡିବ। ହେଲେ ତାହାର ସଂଯୋଗ କାହାଣୀ ସହ ରହିଛି। ସେପରି ଶଟ୍‌କୁ ନେଇ ମୋ ମନରେ ପ୍ରଥମେ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ହେଲେ ପରେ ନିଜକୁ ଏ ନେଇ ମୁଁ ବୁଝାଇ ଦେଇଥିଲି।’ ଏବେ କିଆରା ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ସେଠାରେ ବିଭିନ୍ନ ଟୁରିଷ୍ଟ ସ୍ଥାନ ବୁଲିବା ସହ ଫଟୋ ଉଠାଇ ନିଜ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

Share