କର୍କଟ ପାଇଁ …

ବରଗଡ଼୪।୯( ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ମଙ୍ଗଳବାର କର୍କଟ ରୋଗ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଇନରହିଲ କ୍ଲବ ଅଫ ବରଗଡ଼ ପକ୍ଷରୁ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଇନରହିଲ କ୍ଲବ ଅଫ୍‌ ବରଗଡ଼ର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମେନ ମମତା ପୁରୋହିତଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ରାମକୃଷ୍ଣ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଗର୍ଭାଶୟ କର୍କଟ ଉପରେ ବିଭିନ୍ନ ସୂଚନା ଦେଇଥିଲେ। ଚିକିତ୍ସା ଅପେକ୍ଷା ରୋଗର ପ୍ରତିରୋଧ ଭଲ ବୋଲି ବାର୍ତ୍ତା ଦେଇ ସେ ସମସ୍ତ ଝିଅମାନଙ୍କୁ ଏଚ୍‌ପିଭି ଟିକା ନେବାକୁ ପରାମର୍ଶ ଦେଇଥିଲେ। ବିଶ୍ୱରେ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଗର୍ଭାଶୟ କର୍କଟରେ ପୀଡିତ। ଏଚପିଭି ଟିକା ଗ୍ରହଣ କରିବା ଦ୍ୱାରା ଗର୍ଭାଶୟ କର୍କଟ ହେବାର ସମ୍ଭାବନା ୮୦ପ୍ରତିଶତ କମିଯାଏ ତଥା କର୍କଟ ରୋଗକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ତାଙ୍କୁ ସାହସ ସହିତ ପରାସ୍ତ କରିବା ଆବଶ୍ୟକ। ଠିକ ସମୟରେ ପରୀକ୍ଷା କରି ଏହି ରୋଗକୁ ଏଡାଇ ଦିଆଯାଇ ପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସଚେତନତା ଶୋଭାଯାତ୍ରାରେ କ୍ଲବ ସଦସ୍ୟା, ଅତିଥି ଏବଂ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଏବଂ ରୋଟାରୀ ପବ୍ଲିକ ସ୍କୁଲର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ୧୦ ରୁ ୧୨ ଜଣ ଝିଅଙ୍କୁ ମାଗଣାରେ ଏଚପିଭି ଟିକା ଦିଆଯିବ ବୋଲି କ୍ଲବର ପୂର୍ବ ଡିଷ୍ଟ୍ରିକ୍ଟ ଚେୟାରମେନ ପୁରୋହିତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ ଅଫ ବରଗଡ ସଭାପତି ଦଶରଥ ଅଗ୍ରୱାଲ, ରୋଟାରୀ କ୍ଲବ ଅଫ୍‌ ବରଗଡ଼ ସେଣ୍ଟ୍ରାଲ ସଭାପତି ପ୍ରମୋଦ ଅଗ୍ରୱାଲ, ରୋଟାରୀ ପବ୍ଲିକ ସ୍କୁଲ ପ୍ରିନ୍ସିପାଲ ଗଜେନ୍ଦ୍ର ନାରାୟଣ ମିଶ୍ର ଏବଂ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ପ୍ରିନ୍ସିପାଲଙ୍କୁ ଚାରା ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ କ୍ଲବ ସଭାପତି ରିତୁ ସାନନ, ସମ୍ପାଦିକା ଜୟନ୍ତୀ ବେହେରା, କୋଷାଧ୍ୟକ୍ଷ ଅସୀମା ବିଶୋଇ, ଆଇଏସଏ ପୂଜା ଅଗ୍ରୱାଲ, ପୂର୍ବତନ ଅଧ୍ୟକ୍ଷା ଭାଗାସିନୀ ପାତ୍ର, ବୁଲବୁଲ ଜିନ୍ଦଲ, ଚିନ୍ମୟ ମେହେର, ଅନୁପମା ଅଗ୍ରୱାଲ, ସାରିକା ଅଗ୍ରୱାଲ, ମନ୍ଦାକିନି ପତି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share