କ୍ୟାରିୟର ପାଇଁ..

ଶକ୍ତି ତନୟା ଶ୍ରଦ୍ଧା କପୁର ଏବେ ଚୁଜି ହେଲେଣି। କୌଣସି ନୂଆ ଅଫର ପାଇବା ମାତ୍ରେ ତାହାକୁ ଭଲ ଭାବରେ ତର୍ଜମା କରୁଛନ୍ତି। ଏପରି ଚିନ୍ତାଧାରା ପାଇଁ ବେଶ୍‌ କେତୋଟି ଅଫର୍‌ ତାଙ୍କ ହାତକୁ ଖସି ଯାଇଛି। ହେଲେ ତାକୁ ନେଇ ଆଦୌ ମନଦୁଃଖ କରୁନାହାନ୍ତି ଏହି ଅଭିନେତ୍ରୀ। ନିଜର ଏଭଳି ଆଭିମୁଖ୍ୟ ବିଷୟରେ ଶ୍ରଦ୍ଧା କହନ୍ତି, ‘ଅଭିନୟ ଏକ ଛୋଟିଆ କଥା ନୁହେଁ। ପୁଣି ବଲିଉଡ୍‌ରେ ନିଜ କ୍ୟାରିୟରକୁ ଆଗେଇ ନେବାକୁ ହେଲେ ଦେଖି ଚାହିଁ ପାଦ ଥାପିବାକୁ ପଡିଥାଏ। ଏକାଥରେ ପୁଳାଏ ସିନେମାରେ ଅଭିନୟ କରିବାକୁ କେତେକ ପସନ୍ଦ କରନ୍ତି। ହେଲେ ଯଦି ସେଗୁଡିକ ସିରିଜ୍‌ ଫ୍ଲପ୍‌ ହେଲା, ତେବେ ମନ ବିଷାଦରେ ଭରି ଯାଇଥାଏ। ସେଥିଲାଗି ସିନେମାଟିଏ ସାଇନ୍‌ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ହିଁ ନିଷ୍ପତ୍ତି ନେବି।’ ଚଳିତ ମାସ ୮ରେ ତାଙ୍କ ଅଭିନୀତ ‘ତୁ ଝୁଟି ମେଁ ମକ୍କାର’ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ବିଜନେସ୍‌ କରିବାରେ ସଫଳ ହୋଇନାହିଁ।

Share