ଡାଇବେଟିସ୍‌ ରୋଗୀଙ୍କ ପାଇଁ

ଆଜିକାଲି ଅସନ୍ତୁଳିତ ଖାଦ୍ୟ ଏବଂ ଜୀବନଶୈଳୀ ଡାଇବେଟିସ ବା ମଧୁମେହ ରୋଗ ସୃଷ୍ଟି କରିବାରେ ଅନେକାଂଶରେ ଦାୟୀ। ଅନେକ ସମୟରେ କେତେକ ଡାଇବେଟିସ ରୋଗୀ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଯଥେଷ୍ଟ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏହି ରୋଗ ଜଟିଳ ସମସ୍ୟା ଧାରଣ କରିଥାଏ। ତେଣୁ ଏହି ରୋଗୀ କେତେକ ବିଷୟ ପ୍ରତି ନଜର ଦେବା ନିହାତି ଜରୁରୀ। ଡାଇବେଟିସ୍‌ ରୋଗୀ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି ପିଅନ୍ତୁ ନାହିଁ। ଏହାଦ୍ୱାରା ମେଦବୃଦ୍ଧି ହୋଇଥାଏ, ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସେଓ, କମଳା ଆଦି ଏହି ରୋଗୀ ଖାଇଲେ ଭଲ। ହେଲେ ଏପରି ଫଳ ଅଧିକ ପରିମାଣରେ ନ ଖାଇବା ଭଲ। ଡାଇବେଟିସ୍‌ ରୋଗୀ ଦହି ଖାଇବା ପୂର୍ବରୁ ସେଥିରୁ ଲହୁଣି ଅଂଶକୁ ବାହାର କରି ଦିଅନ୍ତୁ। ସବୁବେଳେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି ହୋଇଥାଏ, ଯାହା ଡାଇବେଟିସ୍‌ ସମସ୍ୟାକୁ ଆହୁରି ବଢ଼ାଇଦିଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୋଗୀ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରିବା ନିହାତି ଜରୁରୀ। ପ୍ରତିଦିନ ସକାଳେ ଅତିକମରେ ଅଧଘଣ୍ଟାଏ ଚାଲନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୟସ୍କ ବ୍ୟକ୍ତି ଓ ନୀରୋଗ ଶରୀର

ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ବ୍ୟକ୍ତିର ସ୍ବାସ୍ଥ୍ୟ ରକ୍ଷାକରିବା ଓ ରୋଗୀର ରୋଗକୁ ଦୂର କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ପ୍ରକୃତି ମାଆ କୋଳରେ ମହଜୁଦ...

କିଡ୍‌ନୀ ଫେଲ୍‌ ହୋଇଥିଲେ ଦେଖାଦିଏ ଏସବୁ ଲକ୍ଷଣ

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ...

ସମୁଦ୍ର ତଳେ ଜୀବନର ରହସ୍ୟ ଖୋଜୁଛି ନାସା

ଆମ ପୃଥିବୀର ମାତ୍ର ଏକ-ଚତୁର୍ଥାଂଶ ସ୍ଥଳଭାଗ ଏବଂ ବାକି ତିନି-ଚତୁର୍ଥାଂଶ ଭାଗ ଜଳ, ଯାହା ସମୁଦ୍ର ମହାସମୁଦ୍ରରେ ପରିପୂର୍ଣ୍ଣ। ଏହି ବିଶାଳ ଜଳଭାଗର ମହାସାଗର ତଳ...

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

ମନୁଷ୍ୟର ଏସବୁ କର୍ମ ପାଇଁ ହ୍ରାସ ପାଏ ଆୟୁଷ, ପ୍ରେମାନନ୍ଦ ମହାରାଜ କହିଲେ…

କଥାରେ ଅଛି କର୍ମ ଅନୁସାରେ ମିଳଇ ଫଳ। ଆମେ ଜୀବନରେ ଯେଉଁଭଳି କର୍ମ କରିଥାଉ, ତାର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାକୁ ପଡେ। ମଥୁରାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri