Categories: ଫୁରସତ

ସୁଖ, ସମୃଦ୍ଧି ପାଇଁ

ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁ ନିୟମ ମାନିବା ସହ କିଛିଟା ଛୋଟମୋଟ ଭୁଲ୍‌କୁ ସୁଧାରିପାରିଲେ ଜୀବନ ସରସ, ସୁନ୍ଦର ହୋଇଥାଏ ବୋଲି ବିଶ୍ୱାସ କରାଯାଏ..
* ଶୁକ୍ରବାର ଏବଂ ପୂର୍ଣ୍ଣିମା ଦିନ କାନ୍ଦିଲେ ଘରର ପ୍ରତିଷ୍ଠା କ୍ଷୁଣ୍ଣ ହେବା ସହ ଘରେ ଅଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
* ଘରର କୌଣସି ସ୍ଥାନରେ କେବେ ବି ବୁଢ଼ିଆଣୀ ଜାଲ ହେବାକୁ ଦେବେ ନାହିଁ। କାରଣ ଏହାଦ୍ୱାରା ମାତା ଲକ୍ଷ୍ମୀ ରୋଷ କରିଥାନ୍ତି ବୋଲି ବିଶ୍ୱାସ ରହିଛି।
* ଆଲମାରିର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ରହିଲେ ଶୁଭ। ସମ୍ମୁଖରେ ଯଦି ଝରକା ଥିବ ତା’ହେଲେ ତ ଆହୁରି ଭଲ।
* ଭୁଲ୍‌ରେ ବି ଚପଲ ଉପରେ ଚପଲ ଥାକ କରିକି ରଖିବେ ନାହିଁ। ଏହାଦ୍ୱାରା ଘରେ କୁଆଡ଼େ ଅଶାନ୍ତିର ବାତାବରଣ ଖେଳି ଯାଇଥାଏ ବୋଲି ବିଶ୍ୱାସ ରହିଛି।
* ଅନେକଙ୍କର କବାଟ ପଛପଟେ ହ୍ୟାଙ୍ଗର୍‌ରେ ପୋଷାକ ଟଙ୍ଗାଇବାର ଅଭ୍ୟାସ ଥାଏ। କିନ୍ତୁ ଏଭଳି କରିବା ଠିକ୍‌ ନୁହେଁ। କୁହାଯାଏ, ଏଭଳି କଲେ ଘରର ବ୍ୟକ୍ତିଙ୍କୁ କିଛି କାରଣ ନ ଥାଇ ବି ଅପମାନିତ ହେବାକୁ ପଡିଥାଏ।
* ଘରେ କେବେ ବି ଯୁଦ୍ଧ ହେଉଥିବାର ଚିତ୍ର, କାନ୍ଦିବା ଫଟୋ କିମ୍ବା କୌଣସି ଅଶୁଭ ଜିନିଷର ଫଟୋ ଲଗାଇବା ଠିକ୍‌ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ।
* ଝାଡ଼ୁକୁ ମୋଡିକି ରଖିବା ଉଚିତ ନୁହେଁ। ଏପରି କଲେ ଘରେ ଅର୍ଥହାନି ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ବୋଲି ବିଶ୍ୱାସ କରାଯାଏ।

Share