Categories: ଜାତୀୟ

ହାସିନାଙ୍କ ପାଇଁ ବାଂଲାଦେଶରେ ପୁଣି ବଢିଲା ଉତ୍ତେଜନା, ବିପଦରେ ରାଷ୍ଟ୍ରପତି ଆସନ!

ଢାକା,୨୩।୧୦: ଶେଖ ହାସିନା ବାଂଲାଦେଶ ଛାଡିଛନ୍ତି। ବର୍ତ୍ତମାନ ସେ ଭାରତରେ ଅଛନ୍ତି। କିନ୍ତୁ ତାଙ୍କ ପାଇଁ ବାଂଲାଦେଶରେ ପୁଣି ଥରେ ଉାତ୍ତଜନା ଦେଖାଦେଇଛି। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି କି ନାହିଁ ସେ ସମ୍ବନ୍ଧରେ ଏକ ମନ୍ତବ୍ୟକୁ ନେଇ ପୁଣିଥରେ ଛାତ୍ରଛାତ୍ରୀଙ୍କ କ୍ରୋଧ ଦେଖିବାକୁ ମିଳିଛି। ଏମାନେ ବର୍ତ୍ତମାନ ଏତେ ମାତ୍ରାରେ ରାଗିଛନ୍ତି ଯେ ରାଷ୍ଟ୍ରପତିଙ୍କ ଆସନ ବର୍ତ୍ତମାନ ବିପଦରେ ବୋଲି ଅନୁମାନ କରାଯାଉଛି। ଛାତ୍ରମାନଙ୍କ ଏମିତି କ୍ରୋଧ ଦେଖି ମହମ୍ମଦ ୟୁନୁସ ମଧ୍ୟ ମୁଣ୍ଡରେ ହାତ ଦେଇଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶରେ ଉକ୍ତ ଛାତ୍ରମାନେ ପୁନର୍ବାର ରାସ୍ତାରେ ଯାଇ ଶେଖ ହାସିନାଙ୍କ ସରକାରକୁ ବିରୋଧ କରି ତାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଥିଲେ।
ସୂଚନାଯୋଗ୍ୟ, ବାଂଲାଦେଶର ଶେଖ ହାସିନା ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ର ସଂଗଠନ ମଙ୍ଗଳବାର ଢାକାରେ ପ୍ରଦର୍ଶନ କରିଥିଲା। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସେିନାଙ୍କ ଇସ୍ତଫା ଉପରେ ମନ୍ତବ୍ୟ ଦେଇଥିବାରୁ ଏହି ଛାତ୍ରମାନେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କୁ ହଟାଇବାକୁ ଦାବି କରିଛନ୍ତି। ଗତ ସପ୍ତାହରେ ଦେଇଥିବା ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଶାହାବୁଦ୍ଦିନ କହିଛନ୍ତି ଯେ ଅଗଷ୍ଟରେ ଇସ୍ତଫା ଦେଇଥିବା ଛାତ୍ରଙ୍କ ନେତୃତ୍ୱରେ ଦେଶ ଛାଡିବା ପୂର୍ବରୁ ହାସିନା ପ୍ରଧାନମନ୍ତ୍ରୀ ପଦ ଛାଡିଛନ୍ତି।

ଏହି ସମୟରେ, ‘ଶାଦିନୋତା-ଶର୍ବୋଭୌମତ୍ୱ ରୋଖ୍ୟା କମିଟି’ (ସ୍ବାଧୀନତା ତଥା ସାର୍ବଭୌମତ୍ୱର ପ୍ରତିରକ୍ଷା କମିଟି) ବ୍ୟାନରରେ ଏକ ବିକ୍ଷୋଭକାରୀ ଦଳ ଢାକା ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୈଠକ କରି ଶାହାବୁଦ୍ଦିନଙ୍କ ଇସ୍ତଫା ଏବଂ ସମ୍ବିଧାନ ରଦ୍ଦ କରିବାକୁ ଦାବି କରିଥିଲେ। ଏହାସହ କ୍ରାନ୍ତିକାରୀ ସରକାର ଗଠନ ପାଇଁ ଏକ ଆହ୍ବାନ କରାଯାଇଥିଲା। ବିକ୍ଷୋଭକାରୀମାନେ ହାସିନାଙ୍କ ଆୱାମୀ ଲିଗ ପାର୍ଟି ଏବଂ ଏହାର ସହଯୋଗୀ ଦଳର ରାଜନୈତିକ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ‘ବଙ୍ଗଭବନ’ ଅଭିମୁଖେ ଯାତ୍ରା କରିଥିଲେ। ଏହି ପ୍ରଦର୍ଶନକୁ ଦେଖି ୟୁନୁସ ସରକାରଙ୍କ ଟେନସନ ବୃଦ୍ଧି ପାଇଛି। ଏହି ବିରୋଧର ନିଆଁ ଲିଭାଇବାକୁ ସରକାର ଚାହୁଁଛନ୍ତି।

Share