ନୂଆଦିଲ୍ଲୀ, ୭।୧୨: ଦେଶରେ ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ବାକ୍ ସ୍ବାଧୀନତା ଏବଂ ସୋସିଆଲ ମିଡ଼ିଆ ଉପରେ ରୋକ ଲଗାଇବା ଅନୁଚିତ ବୋଲି ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଳ କହିଛନ୍ତି। ଏକ ସାକ୍ଷାତ୍କାରରେ ସେ ଏଭଳି ମତପୋଷଣ କରିଛନ୍ତି। ସୋସିଆଲ ମିଡ଼ିଆରେ କୌଣସି ବିଷୟରେ ଖୋଲା ଆଲୋଚନା ହେବା ସୁସ୍ଥ ଗଣତନ୍ତ୍ର ବୋଲି ସେ କହିଛନ୍ତି। କୌଣସି ସାଧାରଣ ସମାଲୋଚନା କ୍ଷେତ୍ରରେ ସୁପ୍ରିମ୍କୋର୍ଟ ପ୍ରତିକ୍ରିୟା ପ୍ରକାଶ କରିବା ଅନାବଶ୍ୟକ। ଏକ୍ଷେତ୍ରରେ ସରକାର ମଧ୍ୟ କ୍ରିୟାଶୀଳ ହେବା ଅନୁଚିତ। ତେବେ ଖୋଲା ସମାଲୋଚନା ଧାର୍ଯ୍ୟ ସୀମା ଅତିକ୍ରମ ନ କଲେ ତାହା ଗଣତାନ୍ତ୍ରିକ କାର୍ଯ୍ୟ ଭାବେ ଗ୍ରହଣଯୋଗ୍ୟ ହୋଇଥାଏ ବୋଲି ସେ ମତ ପୋଷଣ କରିଛନ୍ତି।
Posted inଜାତୀୟ