ହୃଦରୋଗ ଦୂରେଇବା ପାଇଁ ସକାଳୁ ପିଅନ୍ତୁ…

ଆଧୁନିକ ଜୀବନଶୈଳୀ ଏବେ ଅଧିକାଂଶ ବ୍ୟକ୍ତିଙ୍କୁ ରୋଗାକ୍ରାନ୍ତ କରି ପକାଇଛି। ଖାଦ୍ୟ ପାନୀୟରେ ଅନିୟମିତତାହିଁ ଏବେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି କରିଛି। ଶରୀରରେ କୋଲେଷ୍ଟ୍ରଲ, କ୍ୟାଲୋରୀ, ସୋଡିୟମ ଆଦିର ମାତ୍ରା ଠିକ୍‌ ରଖିଲେ ହୃଦରୋଗକୁ ସହଜରେ ଦୂରେଇ ଦେଇ ହେବ। ଏଥିପାଇଁ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ।
-ହୃଦରୋଗୀମାନେ ପ୍ରତିଦିନ ସକାଳୁ ଏକଗ୍ଲାସ ବିନା ସର ବାଲା କ୍ଷୀର ପିଅନ୍ତୁ। ଏହାସହ ଭିଜା ଯାଇଥିବା ୩-୪ଟି ଚଣା ଅବା ବାଦାମ ଖାଆନ୍ତୁ।
-ସକାଳୁ ୯ଟା ଭିତରେ ଏକ କପ୍‌ ଅଙ୍କୁରିତ ମଞ୍ଜି ଓ କିଛି ସାଲାଡ୍‌ ଖାଇଲେ ହୃଦରୋଗ ଦୂରେଇ ଯାଇଥାଏ।
-ମଧ୍ୟାହ୍ନ ଭୋଜନରେ ୨ଟି ରୁଟି, ଗୋଟିଏ ଗିନା ଡାଲି, ଅଧା ଗିନା ଭାତ, ଏକ ଗିନା ପରିବା ସିଝା ଓ ଏକ ଗିନା ଦହି ନିଶ୍ଚୟ ଖାଆନ୍ତୁ।
-ସନ୍ଧ୍ୟା ସମୟରେ ଏକ କପ୍‌ ଚା ସହ ୨ ଖଣ୍ଡ ବିସ୍କୁଟ ଅବା କିଛି ଫଳ ଖାଆନ୍ତୁ।
-ରାତି ୮ଟା ପରେ କିଛି ଖାଆନ୍ତୁ ନାହିଁ। ୮ଟା ପୂର୍ବରୁ ରାତ୍ରି ଭୋଜନ କରିବା ହୃଦରୋଗୀଙ୍କ ପାଇଁ ଭଲ। ଶୋଇବାର ଘଣ୍ଟାକ ପୂର୍ବରୁ ଏକ ଗ୍ଲାସ କ୍ଷୀର ନିଶ୍ଚୟ ପିଅନ୍ତୁ।