ପ୍ରେମ ପାଇଁ…

ପ୍ରେମରେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ବେଳେବେଳେ ବାଧାବିଘ୍ନର ସାମ୍‌ନା କରିବାକୁ ପଡ଼ିଥାଏ। ଏକ ସତ ଘଟଣା ଉପରେ ଆଧାରିତ ପ୍ରେମ କାହାଣୀ, ଯେଉଁଥିରେ କେବଳ ଲଭ୍‌ ନୁହେଁ, ପ୍ରତିଶୋଧ ଏବଂ ଭାବପ୍ରବଣତା ମଧ୍ୟ ରହିଛି। ଏହାକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଲଭ୍‌ ୟୁ ଜାନୁ’। ତନ୍ମୟ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ପ୍ରଥମ ସିନେମାଟିର ପ୍ରଯୋଜନା କରିଛନ୍ତି ନବାଗତ ଜିତେନ୍ଦ୍ର ଓଝା। ଲିପୁନ୍‌ଙ୍କ ସହ ପ୍ରଯୋଜନାରେ ଚିତ୍ରଟିର ସଂଳାପ ରଚନା କରିଛନ୍ତି ବୈଜୟନ୍ତୀ ମିଶ୍ର। ତା’ସହ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଦିବ୍ୟଜ୍ୟୋତି ପାତ୍ର ଓରଫ ଦୀପୁ। ଚଳଚ୍ଚିତ୍ରରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଖାସ୍‌ କଥା ହେଲା, ନବାଗତ କିଶୋର କୁମାର ଏହି ଫିଲ୍ମରୁ ତାଙ୍କର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ସହ ନାୟିକା ଭାବରେ ସ୍କ୍ରିନ୍‌ ଶେୟାର କରୁଛନ୍ତି ପୁନମ୍‌ ମିଶ୍ର। କିଶୋର-ପୁନମ୍‌ଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ମନୀଷା ମିଶ୍ର, ଜୟପ୍ରକାଶ ଦାସ, ଜିତୁ, ଭକ୍ତି, ସୀମା, ଜ୍ଞାନ, ମୋନାଲିସା, ମହିମା ଏହି ଫିଲ୍ମରେ ଅଭିନୟ କରିଛନ୍ତି।

Share