ସ୍ତ୍ରୀ ପାଇଁ ଦିନକୁ ୩୨୦ କି.ମି. ଯାତ୍ରା

ବେଜିଂ,୨୧ା୭: ଚାଇନାର ଜଣେ ନବ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୈନିକ ୩୨୦ କି.ମି. ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ତ୍ରୀଙ୍କ ପ୍ରତି ଭଲ ପାଇବା ତାଙ୍କୁ ପ୍ରତିଦିନ ଏତେ ବାଟକୁ ଟାଣିନେଉଥିବା ବିଷୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ ଷ୍ଟୋରି ଏବେ ଭାଇରାଲ ହେବାରେ ଲାଗିଛି।
ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ହାଇୟର କମ୍ପାନୀରେ କାର୍ଯ୍ୟରତ ୩୧ ବର୍ଷୀୟ ଲିନ୍‌ ଶୁ ପୂର୍ବ ଚାଇନାର ଶାନ୍‌ଡୋଙ୍ଗ୍‌ସ୍ଥିତ ଓ୍ବେଇଫାଙ୍ଗ୍‌ରେ ରୁହନ୍ତି। ବିବାହ କରିବା ପରଠୁ ସେ ଭୋର୍‌ ୫ଟାରେ ଉଠି ୫ଟା ୨୦ରେ ଘର ଛାଡ଼ନ୍ତି। ଗନ୍ତବ୍ୟସ୍ଥଳ କିଙ୍ଗଡାଓ ସହରରେ ପହଞ୍ଚତ୍ବା ପାଇଁ ଟ୍ରେନ୍‌ ଧରିବା ଲାଗି ସେ ୬ଟା ୧୫ରୁ ଇ-ବାଇକ୍‌ରେ ୩୦ ମିନିଟ୍‌ ଯାତ୍ରା କରନ୍ତି। ପରେ ସେ ୧୫ ମିନିଟ ଚାଲି ନିଜ ଅଫିସରେ ପହଞ୍ଚନ୍ତି। ପୂର୍ବାହ୍ନ ୯ଟାରେ କମ୍ପାନୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଜଳଖିଆ ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥାଏ। ଅଫିସ କାମ ସରିବା ପରେ ଲିନ୍‌ଙ୍କୁ ୧୬୦ କି.ମି. ଦୂରରେ ଥିବା ନିଜ ଘରକୁ ଫେରିବା ପାଇଁ ଆହୁରି ୩ରୁ ୪ ଘଣ୍ଟା ଲାଗିଥାଏ। ଲିନ୍‌ଙ୍କୁ ଏତେ ବାଟ ଯାତ୍ରା ପାଇଁ ମାସକୁ ୧,୬୦୦ ୟୁଆନ୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅଫିସ୍‌ ଥିବା କିଙ୍ଗ୍‌ଡାଓରେ ଏକ ଓ୍ବାନ୍‌-ବେଡ୍‌ରୁମ୍‌ ଫ୍ଲାଟ୍‌ ନେବାକୁ ହେଲେ ମାସକୁ ୧,୭୫୨ ୟୁଆନ୍‌ ଦେବାକୁ ପଡ଼ିବ। ସେହି ଦୃଷ୍ଟିରୁ ଏହି ଯାତ୍ରାରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଲିନ୍‌ କହିଛନ୍ତି।
ଲିନ୍‌ ଦିନକୁ ଯାତ୍ରାରେ ୬ ଘଣ୍ଟା ବିତାଉଥିବା ଦେଖି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ତେବେ ଲିନ୍‌ ଏହାକୁ କେବଳ ପ୍ରେମ ଯୋଗୁ ସମ୍ଭବ ବୋଲି କହିଛନ୍ତି। ଲିନ୍‌ ଗତ ମେ’ରେ ବିବାହ କରିବା ପୂର୍ବରୁ ୭ ବର୍ଷ ଧରି ପ୍ରେମିକାଙ୍କ ସହ ରିଲେଶନ୍‌ରେ ଥିଲେ। ତାଙ୍କ ସ୍ତ୍ରୀ ଓ୍ବେଇଫାଙ୍ଗ୍‌ ବାସିନ୍ଦା ହୋଇଥିବାବେଳେ ଏହି ନବଦମ୍ପତି ଶାନ୍‌ଡୋଙ୍ଗ୍‌ ପ୍ରଦେଶରେ ଏକ ଫ୍ଲାଟ୍‌ କିଣିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ କିଙ୍ଗ୍‌ଡାଓରେ ଚାକିରି ଖୋଜୁଛନ୍ତି। ତାଙ୍କୁ ନିଯୁକ୍ତି ମିଳିଲେ ଉଭୟେ ସେଠାରେ ଏକାଠି ରହିବେ ବୋଲି ଲିନ୍‌ କହିଛନ୍ତି। ସେ ନିଜ ଦୈନନ୍ଦିନ ଯାତ୍ରାର ଅନେକ ଭିଡିଓ ଚାଇନା ସୋସିଆଲ ମିଡିଆ ପ୍ଳାଟ୍‌ଫର୍ମ ଡୋଉୟିନ୍‌ରେ ଶେୟାର କରନ୍ତି। ଲିନ୍‌ଙ୍କ ଏହି ଲଭ୍‌ ଷ୍ଟୋରିକୁ ୭ ନିୟୁତରୁ ଅଧିକ ୟୁଜର୍ସ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri