Categories: ଜାତୀୟ

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ସମସ୍ତ ଲୋକଙ୍କର ଡିଏନ୍‌ଏ ସମାନ ରହିଛି। ପୂର୍ବପୁରୁଷମାନଙ୍କ ଯୋଗୁଁ ଆମ ଦେଶରେ ବହୁ ଉନ୍ନତି ହୋଇଛି।

ଦେଶର ସଂସ୍କୃତି ଆଜି ପର୍ଯ୍ୟନ୍ତ ଜାରି ରହିଛି। ଆମର ପୂର୍ବପୁରୁଷମାନେ ଆମର ଗର୍ବ। ତେଣୁ ଆମର ବିଶ୍ୱସ୍ତତା, ସମ୍ମାନ ପୂର୍ବପୁରୁଷଙ୍କ ପ୍ରତି ରହିଛି। ଆମେ ତାଙ୍କ ଜୀବନକୁ ଅନୁସରଣ କରିଥାଉ। ଆମର ପୂର୍ବପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି। ତାହା ଆମର ପଥକୁ ଆଲୋଜିତ କରିଛି। ଗଣମାଧ୍ୟମ ଆମକୁ ସରକାରଙ୍କ ରିମୋଟ କଣ୍ଟ୍ରୋଲ ଭାବରେ ଉପସ୍ଥାପନ କରୁଛି। ତେବେ ତାହା ସତ୍ୟ ନୁହେଁ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ଭାରତ ବିଶ୍ୱ ଶକ୍ତି ନୁହେଁ, ମହାମାରୀ ପରବର୍ତ୍ତୀ ଯୁଗରେ ବିଶ୍ୱ ଗୁରୁ ଭାବେ ନିଜକୁ ପ୍ରତିପାଦିତ କରିବାର ସାମର୍ଥ୍ୟ ନିଶ୍ଚିତ ରଖିଛି। ଏଠାରେ ପୂର୍ବତନ ସୈନମାନଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି।

ସେ ଏକତା ପାଇଁ ଆହ୍ବାନ ଦେଇ କହିଛନ୍ତି ଯେ, ଭାରତର ଅବିଭାଜିତ ଦେଶ ବହୁର ବିଦେଶୀ ଆକ୍ରମଣକାରୀଙ୍କ ସହିତ ଅନେକ ଯୁଦ୍ଧରେ ହାରିଛି। କାରଣ ସ୍ଥାନୀୟ ଜନସଂଖ୍ୟା ମଧ୍ୟରେ ଏକତା ନଥିଲା । ସାମାଜିକ ସଂସ୍କାରକ ଡକ୍ଟର ବି ଆର ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଆମେ କଦାପି କାହାର ଶକ୍ତି ଦ୍ୱାରା ନୁହେଁ, ବରଂ ଆମର ଦୁର୍ବଳତା ଦ୍ୱାରା ପରାଜିତ ହୋଇଥାଉ।

ଭାଗଓ୍ବତ ସମ୍ପ୍ରତି ହିମାଚଳ ପ୍ରଦେଶର ପାଞ୍ଚ ଦିନିଆ ଗସ୍ତରେ ଅଛନ୍ତି ଏବଂ ସେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share