ପେନସନ୍‌ ପାଇଁ ମୃତଦେହକୁ ନେଇଗଲେ ପୋଷ୍ଟ ଅଫିସ୍‌…

ଡବଲିନ୍‌, ୨୩।୧ : ଆୟର୍ଲାଣ୍ଡର କାର୍ଲୋ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଲୋକ ପେନସନ୍‌ ପାଇଁ ମୃତଦେହକୁ ନେଇ ଜୀବନ୍ତ ବ୍ୟକ୍ତିଙ୍କ ଭଳି ଠିଆ କରାଇ ପୋଷ୍ଟ ଅଫିସ୍‌ରେ ପହଞ୍ଚିଛନ୍ତି। ପୋଷ୍ଟ ଅଫିସ୍‌. କର୍ମଚାରୀମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ମୃତ ବ୍ୟକ୍ତିଙ୍କୁ ଜୀବିତ ଭଳି କାଉଣ୍ଟରରେ ଠିଆ କରିଥିଲେ।

ଆଇରିଶ୍‌ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୨୧ରେ ଦୁଇଜଣ ବ୍ୟକ୍ତି ଜଣେ ବୃଦ୍ଧଙ୍କ ପେନସନ ସଂଗ୍ରହ କରିବାକୁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପୋଷ୍ଟ ଅଫିସ୍‌କୁ ଆସିଥିଲେ। କିନ୍ତୁ ପୋଷ୍ଟ ଅଫିସ୍‌ କର୍ମଚାରୀ ତାଙ୍କୁ ମନା କରିଥିଲେ। କର୍ମଚାରୀମାନେ ତାଙ୍କୁ ସୂଚନା ଦେଇଥିଲେ ଯେ ସିଧାସଳଖ ପେନସନଭୋଗୀଙ୍କୁ ଟଙ୍କା ହସ୍ତାନ୍ତର କରିବାକୁ ପଡିବ।

କର୍ମଚାରୀମାନେ ମନା କରିବା ପରେ ବ୍ୟକ୍ତି ଦୁହେଁ ବାହାରକୁ ଆସି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହକୁ ଜୀବନ୍ତ ବ୍ୟକ୍ତି ଭାବରେ ଆଣିଥିଲେ। ମୃତଦେହକୁ ଟୋପି, ଚଷମା ଏବଂ ପୋଷାକ ପିନ୍ଧାଇ ପୋଷ୍ଟ ଅଫିସ୍‌କୁ ସେମାନେ ଆଣିଥିଲେ। ତେବେ ପୋଷ୍ଟ ଅଫିସ୍‌ କର୍ମଚାରୀଙ୍କ ସନ୍ଦେହ ହେବାରୁ ସୁରକ୍ଷା ଆଲାର୍ମ ବଜା ଯାଇଥିଲା।

ଏହାଦେଖି ଧରାପଡ଼ିବା ଭୟରେ ଉଭୟ ବ୍ୟକ୍ତ ମୃତଦେହକୁ ଛାଡି ପଳାଇ ଯାଇଥିଲେ। କିନ୍ତୁ ଯେତେବେଳେ ପୋଲିସ ତାଙ୍କୁ ଧରି ପଚରାଉଚରା କରିଥିଲା, ସେମାନେ କହିଥିଲେ ଯେ ବୃଦ୍ଧି ବ୍ୟକ୍ତିଙ୍କର ହୃଦଘାତ ହେବାରୁ ଭୟରେ ପଳାଇ ଯାଇଥିଲେ। କାର୍ଲୋ ମେୟର କେନ ମୁର୍ନା କହିଛନ୍ତି ଯେ ଏହି ଖବର ଶୁଣି ସେ ସମ୍ପୂର୍ଣ୍ଣ ଚକିତ ହୋଇଯାଇଛନ୍ତି। ଏନେଇ ପୋଷ୍ଟ ଅଫିସ୍‌ରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଅଭିଯୁକ୍ତଙ୍କ ଅଟକ ରଖି ପଚରାଉଚରା ଜାରି ରଖିଛି।

Share