ପୋଲିସ ରୋଲ୍‌ ପାଇଁ…

ଥିଏଟର ଅଭିନେତା ପୃଥ୍ବୀରାଜ ଆଚାର୍ଯ୍ୟଙ୍କ ଖୁସି କହିଲେ ନ ସରେ। କାରଣ ଯେଉଁଭଳି ଭୂମିକାଟିଏ ସେ ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି। ଚଳଚ୍ଚିତ୍ରଟି ହେଲା ପିନୁ ନାୟକଙ୍କ ନିର୍ଦ୍ଦେଶିତ ‘ଲଗାମ୍‌’। କଥା କ’ଣ କି ରିଲିଜ ଅପେକ୍ଷାରେ ଥିବା ଏହି ଫିଲ୍ମରେ ତାଙ୍କୁ ପୋଲିସ ଅଫିସର ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ। ହେଲେ ଏହି ଭୂମିକା ପାଇଁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ ପଡିଥିଲା। ଏ ସମ୍ପର୍କରେ ପୃଥ୍ବୀରାଜ କହନ୍ତି, ‘ଏହି ଫିଲ୍ମରେ ମୁଁ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛି। ଏହି ରୋଲ୍‌କୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ ମୁଁ କେତେଜଣ ପୋଲିସ ଅଫିସରଙ୍କ ସହ ମିଶି ଜଣେ ସଚ୍ଚୋଟ ପୋଲିସ ବିଷୟରେ ଜାଣିଥିଲି। ପରବର୍ତ୍ତୀ ସମୟରେ ଏହାକୁ ତୁଲାଇବାରେ ମୋତେ କଷ୍ଟ ହୋଇ ନ ଥିଲା। ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ଆଶା ରଖିଛି।’ ଏହାବ୍ୟତୀତ ସେ ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଏହାର ଟାଇଟଲ ରହିଛି ‘ଅକ୍ସିଜେନ୍‌’ ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଆଗଧାଡ଼ିର ନିର୍ଦ୍ଦେଶକ ପିନୁ ନାୟକ।

Share