ପୋଲିଓ ଟିକାକରଣ ପାଇଁ ବନ୍ଦ ରହିବ ଯୁଦ୍ଧ

ଜେରୁଜେଲମ,୩୦।୮: ଇସ୍ରାଏଲ ଗାଜାର ଓ୍ବେଷ୍ଟ ବ୍ୟାଙ୍କରେ ଲଗାତାର ସାମରିକ ଅପରେସନ ଜାରି ରଖିଛି, ଦୁଇ ଦିନରେ ପ୍ରାୟ ୧୬ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରେ ପାଲେଷ୍ଟାଇନ ଇସଲାମିକ ଜିହାଦର ସାମରିକ ଗୁପ୍ତଚର କମାଣ୍ଡରମାନଙ୍କ ମଧ୍ୟରୁ ଓସାମା ଗଦାଲ୍ଲା ସାମିଲ ରହିଥିଲେ। ଗଦାଲ୍ଲା ଦକ୍ଷିଣ ଗାଜାର ରାଫର ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ଗଦାଲ୍ଲାଙ୍କର ମୃତ୍ୟୁ ଘଟିଛି। ଦଶରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଡଜନେ ବିସ୍ଫୋରକ ନଷ୍ଟ ହୋଇଯାଇଥିଲା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।
ବହୁ ଚର୍ଚ୍ଚିତ ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରାୟ ୬୪୦,୦୦୦ ଶିଶୁଙ୍କ ପୋଲିଓ ଟୀକାକରଣକୁ ଅନୁମତି ଦେବା ପାଇଁ ଗାଜା ଷ୍ଟ୍ରିପରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଇସ୍ରାଏଲ ବାହିନୀ ଏବଂ ହମାସ ରାଜି ହୋଇଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି। ଏହି ଟୀକାକରଣ ଅଭିଯାନ ରବିବାର ଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।
ପାଲେଷ୍ଟାଇନ ଅଞ୍ଚଳ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ଅଧିକାରୀ ରିକ ପିପର୍କର୍ନ କହିଛନ୍ତି ଯେ ଟୀକାକରଣ ଅଭିଯାନ ରବିବାର ଠାରୁ ଆରମ୍ଭ ହେବ। କେନ୍ଦ୍ରୀୟ ଗାଜାରେ ଯୁଦ୍ଧରେ ତିନି ଦିନିଆ ବିରତି ସହିତ ଦକ୍ଷିଣ ଗାଜାରେ ତିନି ଦିନିଆ ବିରାମ ପରେ ଉତ୍ତର ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ସହିତ ଏହି ଅପରେସନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

ହସ୍ପିଟାଲକୁ ଧକ୍କାଦେଲା ହେଲିକପ୍ଟର: ଚାଲିଗଲା ୪ ଜୀବନ

ଆଙ୍କାରା,୨୨ା୧୨:ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍‌କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର...

ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ...

ମୋଦିଙ୍କୁ କୁଏତ୍‌ରେ ଗାର୍ଡ ଅଫ ଅନର୍‌

କୁଏତ ସିଟି,୨୨।୧୨: କୁଏତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁଏତର ବାଇନ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନର...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri