ଶାରଜା,୬।୧୧: ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଟି୨୦ ବିଶ୍ୱକପର ଶନିବାର ଗ୍ରୁପ-୧ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୨ ଉଇକେଟ ହରାଇ ୧୮୯ ରନ୍ କରିଛି। ଫଳରେ ଇଂଲଣ୍ଡ ଆଗରେ ୧୯୯ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ରାସି ଭାନ ଡେର ଡୁସେନ ସର୍ବାଧିକ ୯୪ ରନ୍ (୬୦ବଲ, ୫ ଚୌକା ଓ ୬ ଛକା) କରି ଅପରାଜିତ ରହିଥିଲେ। ସେହିପରି କ୍ୱିଣ୍ଟନ ଡି କକ ୩୪ ଏବଂ ଏଡେନ ମାରାକ୍ରାମ ୫୨ରନ୍ (୨୫ବଲ, ୨ ଚୌକା ଓ ୪ ଛକା) କରି ଦଳକୁ ଆଗେଇ ନେଇଥିଲେ। ଅନ୍ୟପକ୍ଷେ ଦକ୍ଷିଣ ଆଫ୍ରିକାକୁ ସେମି ଫାଇଲାନରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡକୁ ୧୩୧ ଭିତରେ ରୋକିବାକୁ ପଡିବ।
ଇଂଲଣ୍ଡ ପକ୍ଷରୁ ମୋଏନ ଅଲି ଏବଂ ଆଦିଲ ରସିଦ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।