ସୁନିଦ୍ରା ପାଇଁ

ଭଲ ନିଦ ପାଇଁ ଶୋଇବା ଘରର ବାତାବରଣ ଶାନ୍ତ ହେବା ଜରୁରୀ। ଏଠାରେ କୌଣସି ବୈଦ୍ୟୁତିକ ଉପକରଣ ଯେମିତିକି, ଟିଭି, ମୋବାଇଲ ଆଦି ରଖନ୍ତୁ ନାହିଁ। ସୁନିଦ୍ରା ପାଇଁ ଆପଣ କେଉଁ ଦିଗରେ ଶୋଉଛନ୍ତି, ତାହା ମଧ୍ୟ ନିର୍ଭର କରିଥାଏ। ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗକୁ ରହିଲେ ଭଲ। ନଚେତ ପଶ୍ଚିମ ଦିଗକୁ ମୁଣ୍ଡ କରି ବି ଶୋଇପାରିବେ। ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଭଲ ନୁହେଁ। ଚାହିଁଲେ ଦକ୍ଷିଣ-ପଶ୍ଚିମ ଦିଗକୁ ମୁଣ୍ଡ କରି ମଧ୍ୟ ଶୋଇପାରିବେ। ଶୟନକକ୍ଷ ସଫା ରଖିବା ସହ ସବୁ ଜିନିଷ ବ୍ୟବସ୍ଥିତ ହେବା ଦରକାର। ମୁଣ୍ଡ ପଟକୁ ଝରକା ଥିଲେ ଖୋଲିକରି ଶୋଇବେ ନାହିଁ। ନଚେତ ଭଲ ନିଦ ହେବ ନାହିଁ ଓ ଭୟଙ୍କର ସ୍ବପ୍ନ ଦେଖିବେ। ମୁଖ୍ୟ କବାଟ ସାମ୍‌ନାରେ ଯେମିତି ବେଡ୍‌ରୁମ୍‌ର ଖଟ ରହୁ ନ ଥିବ। ଏଭଳି ଥିଲେ ବାସ୍ତୁଦୋଷ ଉପତ୍ନ୍ନ ହୁଏ। ଜାଗା କମ୍‌ ଥିବା ଯୋଗୁ ବେଡ୍‌କୁ ଅନ୍ୟ ସ୍ଥାନକୁ ନେଇ ନ ପାରିଲେ ପରଦା ଲଗାଇ ଏହି ସମସ୍ୟାର ସମାଧାନ କରିପାରିବେ।