ମଜଭୁତ ଅସ୍ଥି ପାଇଁ..

ସାଧାରଣତଃ ବୟସ ବଢ଼ିଲେ ଅସ୍ଥିଜନିତ ସମସ୍ୟା ଦେଖାଦେଇଥାଏ। ହେଲେ ଆଜିକାଲି ଯୁବପିଢ଼ି ଏପରି ସମସ୍ୟାର ସମ୍ମୁଖୀନ ହେଉଥିବାର ନଜିର ରହିଛି। ତେବେ ଅସ୍ଥିକୁ ଦୃଢ଼ ରଖିବା ପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ପ୍ରଥମତଃ ନିଜର ଓଜନକୁ ସନ୍ତୁଳିତ ରଖନ୍ତୁ। ଯଦି ଚା’ କିମ୍ବା କୋଲ୍ଡ ଡ୍ରିଙ୍କସ ପିଉଛନ୍ତି, ତେବେ ଏହାର ପରିମାଣ ସୀମିତ ରଖନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ସବୁଠାରୁ ବଡ କଥା କଥା, ଲୁଣଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ତା’ସହ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ଭିଟାମିନ୍‌-‘ଡି’ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ପ୍ରତିଦିନ ସକାଳେ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ। ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ।