ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ ବିରୋଧ କରିଥିଲେ ବ୍ୟକ୍ତି। ହେଲେ କେହି ଶୁଣି ନ ଥିଲେ ତାଙ୍କ କଥା। କେହି ନ ଶୁଣିବାରୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ବ୍ୟକ୍ତି ଜଣଙ୍କ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ କଦମ୍ବଗଡି ଗ୍ରାମରେ। ଗ୍ରାମର ଋଷିଚନ୍ଦ୍ର ଜେନା ନିଜ ଦେହରେ ପେଟୋଲ ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।