Categories: ରାଜ୍ୟ

ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କଲେ ତିନି ରାଇଜ ମୁଖ୍ୟ

ପୁରୀ,୧୨ା୬: ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଆସିଥିବା ଭାଜପା ଶାସିତ ମୁଖ୍ୟମନ୍ତ୍ରୀମାନେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ସପରିବାର ଦର୍ଶନ କଲେ ତିନି ରାଇଜର ମୁଖ୍ୟ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଲାଲ ସାହା ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱଶର୍ମ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ”ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ ସବୁ ପୂରଣ ହେବ। ରତ୍ନ ଭଣ୍ଡାର ଓ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରତିଶ୍ରୁତି ପାଳନ କରିବୁ। ଯେଉଁସବୁ ବିଷୟରେ ପ୍ରତିଶ୍ରୁତି ଦେଇଛୁ ସବୁକୁ ପାଳନ କରାଯିବ। ଏଠାରୁ ୨୧ରୁ ୨୦ ଲୋକସଭା ସିଟ୍‌ ଜିତିଥିବାରୁ କୃତଜ୍ଞ। ଏହି ସଫଳତା ଯୋଗୁଁ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର କରିଛି।

Share