Advertisement
Categories: ଫୁରସତ

ଚିନ୍ତାମୁକ୍ତ ହେବା ପାଇଁ ଯେଉଁଠି ଲୋକେ କାନ୍ଦିବା ଅଭ୍ୟାସ କରନ୍ତି

ନିକଟରେ ଜାପାନର କିଛି ଗବେଷକ ଏମିତି ତଥ୍ୟ ଦେଇଛନ୍ତି। ଚିନ୍ତାମୁକ୍ତ ହେବା ପାଇଁ ହସିବା ବଦଳରେ କାନ୍ଦିବା ଜରୁରୀ ବୋଲି ସେମାନେ କହିଛନ୍ତି। କାରଣ କାନ୍ଦିବା ସମୟରେ ଭିନ୍ନ ଧରଣର ଲୁହ ବାହାରୁଥିବାରୁ ଏହା ବ୍ୟକ୍ତିକୁ ଚିନ୍ତାମୁକ୍ତ କରିଥାଏ। ତୋହୋ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନସେସ୍‌ରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି କି, ଶୋଇବା ଅପେକ୍ଷା କାନ୍ଦିବା ଶରୀର ପାଇଁ ଲାଭଦାୟକ। ଲୋକଙ୍କୁ କନ୍ଦାଇବା ପାଇଁ ଏବେ ଜାପାନର ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ପ୍ରତି କମ୍ପାନୀର କର୍ମଚାରୀ ଓ ସ୍କୁଲର ଛାତ୍ରୀଛାତ୍ରଙ୍କୁ କନ୍ଦାଇବା ପାଇଁ ଉକ୍ତ ଶିକ୍ଷକଙ୍କୁ ନିମନ୍ତ୍ରଣ ମିଳିଥାଏ। ଟିୟର୍ସ ଟିଚର ନାମରେ ସେ ବେଶ୍‌ ଜଣାଶୁଣା। ସପ୍ତାହରେ ଅତିକମରେ ଥରଟିଏ କାନ୍ଦିଲେ ଚିନ୍ତାମୁକ୍ତ ଜୀବନ ବଞ୍ଚିହେବ ବୋଲି ଗବେଷକମାନେ କହିଛନ୍ତି। ସୂଚନା ଅନୁଯାୟୀ, ୧୬ ବର୍ଷ ତଲେ ୩୦ଟି ଦେଶକୁ ନେଇ ଏମିତି ଏକ ଗବେଷଣା କରାଯାଇଥିଲା। ଏଥିରେ ୬୦ ପ୍ରତିଶତ ଲୋକ କାନ୍ଦିଲେ ଚିନ୍ତାମୁକ୍ତ ହୁଏ ବୋଲି କହିଥିଲେ। ଅନ୍ୟପଟେ ମନୋଚିକିତ୍ସକ ଚିନ୍ତାମୁକ୍ତ ହେବାପାଇଁ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ କାନ୍ଦିବାକୁ ପରାମର୍ଶ ଦେଉଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share