ସୁଭଦ୍ରା ପାଇଁ ଯାଇନାହାନ୍ତି ବ୍ୟାଙ୍କ୍‌, ତେବେ ମୋବାଇଲରେ ଏମିତି କରନ୍ତୁ ଚେକ୍‌, ଜାଣିପାରିବେ ଟଙ୍କା ଆସିବ ନା ନାହିଁ

ଭୁବନେଶ୍ୱର,୩୧।୧: ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣି ନିଅନ୍ତୁ ବଡ଼ ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ ।

ବ୍ୟାଙ୍କରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥର କରାଯାଇଛି । ଜାନୁଆରୀ ୨୯ ଓ ୩୦ ୨ ଦିନ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଗତକାଲି ଏହାର ଡେଡଲାଇନ ଥିଲା । ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିଥିଲେ। ଏଥିରେ ଯେଉଁମାନଙ୍କର NPCI କ୍ଲିୟର କରିବା ପାଇଁ ବ୍ୟାଙ୍କରୁ ଫୋନ ଯାଉଛି ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିୟର କରିଥିଲେ । ତା ପରେ ଯାଇ ୪ର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନଚେତ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ । ତେବେ ଯଦି ବ୍ୟାଙ୍କକୁ ଯାଇ ସେସବୁ କାମ ସାରିଦେଇଛନ୍ତି କିମ୍ବା ବ୍ୟାଙ୍କକୁ ଯାନାହାନ୍ତି ତେବେ ଜାଣି ନିଅନ୍ତୁ ଏହି କାମ।

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।
ରାଜ୍ୟ ସରକାର ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ । ଏହି ସ୍କିମରେ ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର । ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି ସରକାର । ମହିଳାମାନଙ୍କୁ ୫ ହଜାର ଟଙ୍କା ହାତ ଖର୍ଚ୍ଚ ମିଳିଛି । ବାକି ଟଙ୍କା କିସ୍ତି ଅନୁସାରେ ପ୍ରଦାନ କରାଯିବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ମହିଳାଙ୍କୁ ଏହି ଟଙ୍କା ମିଳିନାହଁ ।

ସେପ୍ଟେମୱର ୧୭ ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୫ ହଜାର ଟଙ୍କା ମିଳିପାରିନାହିଁ । ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଏଥିପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଭିଜିଟ କରିବାକୁ ପଡିବ ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ନରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଆଧାର ସହ ରେଜିଷ୍ଟ୍ରର ଥିବା ମୋବାଇଲ ନଂକୁ ଓଟିପି ଆସିବ । ସେହି ଓଟିପି ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସ ଦେଖାଯିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ । ଯଦି ଇ କେୱାଇସି ଷ୍ଟାଟସରେ ପେଣ୍ଡିଂ ଦେଖାଯାଉଛି, ତେବେ ଆପଣ ତୁରନ୍ତ ଇକେୱାଇସି କରିନିଅନ୍ତୁ । ସୱୀକୃତି ଷ୍ଟାଟସରେ ଅଣ୍ଡର ପ୍ରୋସେସ ଲେଖାଥିଲେ ସେମାନଙ୍କ ଆବେଦନ ସରକାରଙ୍କ ବିଚାରଧୀନ ଅଛି ବୋଲି ଜାଣିବେ ।

ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ । ଜଣେ ମୋବାଇଲରେ ଚାହିଁଲେ ମଧ୍ୟ ଷ୍ଟାଟସ ଚେକ କରିପାରିବେ । ମୋବାଇଲରେ ସୁଭଦ୍ରା ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର Subhadra Yojana Status ଚେକ କରିପାରିବେ। ପେଜ ଖୋଲିଲେ ଡାହାଣ ପାଖରେ ୩ଟି ଗାର ଦେଖାଯିବ, ଯେଉଁଥିରେ କ୍ଲିକ କଲେ ହିତାଧିକାରୀ ନିଜ ଷ୍ଟାଟସ ଚେକ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମାସକର ଶିଶୁକୁ ନିଆଁ ଚେଙ୍କ

ଉମରକୋଟ,୨।୩ (ସନ୍ତୋଷ ଶତପଥୀ) ଆଜିର ଆଧୁନିକ ଯୁଗରେ ଏବେ ବି ଅନେକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ରହିଛି। ପିଲାଟି କାନ୍ଦୁଥିବା ଏବଂ ମୋଡିମାଡି ହେଉଥିବାରୁ ପରିବାର...

କ୍ରୀଡ଼ା ଛାତ୍ରାବାସରେ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨ା୩: କଳିଙ୍ଗ ଷ୍ଟାଡିୟମରେ ଥିବା କ୍ରୀଡା ଛାତ୍ରାବାସର ନାବାଳକ ଅନ୍ତେବାସୀଙ୍କ ଦ୍ୱାରା କରାଯାଇଥିବା ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ସରକାର...

ଏସ୍‌ପିଙ୍କ ବାସଭବନ ଆଗରେ ବୃଦ୍ଧଙ୍କୁ ହତ୍ୟା

ନୂଆପଡ଼ା,୨ା୩(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମାସ୍ଥିତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ବିଜ୍ଞାପିତ ଅଞ୍ଚଳ...

ବିବାହ କାର୍ଯ୍ୟରେ ଯୋଗଦେବାକୁ ବାଇକ୍‌ରେ ଯାଉଥିଲେ: ଧକ୍କାଦେଲା ଅଟୋ, ଆଉ ତା’ପରେ…

କୋକସରା,୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଆମପାଣି ଥାନା ଭୁର୍ଷାଗୁଡାରୁ କୁଳେରଗୁଡା ରାସ୍ତା ମଝିରେ...

୫୦ ଜଣ ଆଦିବାସୀ ଛାତ୍ରଙ୍କୁ ପାଇଲଟ୍ ତାଲିମ ପ୍ରଦାନ କରିବେ ଓଡ଼ିଶା ସରକାର

ଭୂବନେଶ୍ୱର,୨ା୩: ଓଡିଶା ସରକାର ୫୦ ଜଣ ଆଦିବାସୀ ଛାତ୍ର, ଅଧିକାଂଶ ମହିଳାଙ୍କୁ ପ୍ରାରମ୍ଭିକ ପାଇଲଟ୍ ତାଲିମ ପ୍ରଦାନ କରିବେ। ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ...

OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର,୨ା୩ : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା...

କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩: କେନ୍ଦୁଝର ପାଟଣାରେ ହେବ ବହୁ ପ୍ରତିକ୍ଷିତ ମେଗା ଷ୍ଟିଲ୍ ପ୍ଲାଣ୍ଟ। ରବିବାର ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି...

ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର

ଭୁବନେଶ୍ୱର,୨ା୩: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image