ଏହି ଅଭିନେତ୍ରୀଙ୍କୁ କଳା ରଙ୍ଗ ପାଇଁ ଚିଡ଼ାଉଥିଲେ ଲୋକେ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁଙ୍କ ଆଜି ଜନ୍ମଦିନ। ସେ ୭ ଜାନୁୟାରୀ ୧୯୭୮ରେ ନୂଆଦିଲ୍ଲୀରେ ଏକ ହିନ୍ଦୁ ବଙ୍ଗଳା ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବିପାଶା ଫିଲ୍ମ ‘ଅଜନବି’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାନ୍ତି। ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କିିତ କିଛି କଥା। ପିଲାବେଳେ ତାଙ୍କୁ କେହି ଭଲ ପାଉ ନ ଥିଲେ। ତାଙ୍କ କଳା ରଙ୍ଗ ଓ ମୋଟାପଣ ପାଇଁ ସାଙ୍ଗମାନେ ତାଙ୍କୁ ଚିଡାଉଥିଲେ।

ଏକଦା ବିପାଶା କହିଥିଲେ, ଯେତେବେଳେ ସେ ସୁପରମଡେଲ ପ୍ରତିଯୋଗିତାରେ ଜିତିଥିଲେ। ପ୍ରତ୍ୟେକ ଖବରକାଗଜରେ ଏହି ଖବର ପ୍ରକାଶିତ ହୋଇଥିଲା ଯେ କୋଲକାତାର କଳା ଝିଅ ବିଜେତା। କେହି ମୋର ପ୍ରତିଭାକୁ ଦେଖି ନ ଥିଲେ। ଏପରିକି ମୋ ଘରେ ମୋର କଳା ରଙ୍ଗ ବିଷୟରେ ଆଲୋଚନା କରାଯାଉଥିଲା। ଏଥିପାଇଁ ମୋତେ ବାକି ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ବିବେଚନା କରାଯାଉଥିଲା। ଏହି ସମୟ ମଧ୍ୟରେ ମୁଁ ତ୍ୱଚାର ଯତ୍ନ ପାଇଁ ଅନେକ ଅଫର ପାଇଲି। କିନ୍ତୁ ମୁଁ ଏହାକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଥିଲି ।

ପୂର୍ବରୁ ଅଭିନେତା ଡିନୋ ମୋରିଆଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା, ପରେ ସେ ଜନ ଆବ୍ରାହମଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। କିଛି ବର୍ଷ ପରେ, ସେ ହରମନ ବାବେଜାଙ୍କୁ ଡେଟ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ।

ସେ ତ‘ଅଜନବି’ ପାଇଁ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ। ପରେ ସେ ସୁପରହିଟ ହରର ଫିଲ୍ମ ‘ରାଜ’ (୨୦୦୨) ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ନେଇଥିଲା। ପରେ ବିପାଶା ସମାନ ଧରଣର ଅନେକ ଚଳଚ୍ଚିତ୍ର କରିଥିଲେ । ଆଜି ବି ବିପାଶା ଭୂତ ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ ।

Share