ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର କେ.ଏଲ ରାହୁଲଙ୍କ ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି। କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ଫଟୋ ଶେୟାର କରନ୍ତି। ଏସବୁ ବ୍ୟତୀତ ଆଥିଆ ମଧ୍ୟ ରାହୁଲଙ୍କୁ ତାଙ୍କ ବିଦେଶ ଗସ୍ତରେ ମଧ୍ୟ ଆଥିଆଙ୍କୁ ସାଙ୍ଗରେ ନିଅନ୍ତି। ତେବେ ସୋସିଆଲ ମିଡିଆରେ ଉଭୟଙ୍କୁ ପରସ୍ପର ସହ ଦେଖିବାକୁ ମିଳିଛି। କିନ୍ତୁ, ଏବେ ଦୁହେଁ ନିଜ ସମ୍ପର୍କକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ଆଥିଆଙ୍କ ଭାଇ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଫଟୋଗ୍ରାଫରଙ୍କୁ ଦୁହେଁ ପୋଜ ମଧ୍ୟ ଦେଇଥିଲେ।
ଫିଲ୍ମର ପ୍ରିମିୟର୍‌ରେ ପୁରା ସେଟ୍ଟୀ ପରିବାର ଉପସ୍ଥିତ ଥିଲେ। ବିଶେଷ କଥା ହେଲା କେ.ଏଲ ରାହୁଲ ମଧ୍ୟ ପାରିବାରିକ ଫଟୋରେ ଆଥିଆଙ୍କ ସହ ପୋଜ କରୁଥିବା ଦେଖିବାକୁ ମିଳିଥିଲା।