Posted inଜାତୀୟ

ପ୍ରଥମ ଥର ଲାଗି ଅପରେଶନ ଅଞ୍ଚଳରେ ନିୟୋଜିତ ହେବେ ମହିଳା ସେନା ଅଧିକାରୀ, ଚାଇନା-ପାକିସ୍ତାନ ବିରୋଧରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ସେନା ପ୍ରଥମ ଥର ପାଇଁ ମେଡିକାଲ ଷ୍ଟ୍ରିମ୍‌ ବାହାରେ କମାଣ୍ଡ ରୋଲରେ ମହିଳା ଅଧିକାରୀଙ୍କୁ ନିଯୁକ୍ତ କରିବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କୁ ପରୀକ୍ଷାମୂଳକ ଭାବେ ଉତ୍ତର ଏବଂ ପୂର୍ବ ୟୁନିଟ୍‌ କମାଣ୍ଡ ସହ ଅପରେଶନ ଅଞ୍ଚଳରେ ପ୍ରମୁଖ ୟୁନିଟ୍‌ର ଦାୟିତ୍ୱ ଦିଆଯାଇଛି।

ଭାରତୀୟ ସେନା ପକ୍ଷରୁ ୧୦୮ ଜଣ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦରେ ପଦୋନ୍ନତି ଦେବା ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡର ଆୟୋଜନ କରାଯାଇଥିଲା। ଏହାର ଏକ ମାସ ପରେ ମହିଳା କମାଣ୍ଡିଂ ଅଫିସରଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦିଆଯାଉଛି। ୧୦୮ ଟି ପଦବୀ ପାଇଁ ବୋର୍ଡ ଦ୍ୱାରା ସମୁଦାୟ ୨୪୪ ମହିଳା ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ମୂଲ୍ୟାଙ୍କନ କରାଯାଇଥିଲା। ଚୟନ ବୋର୍ଡ ଦ୍ୱାରା କର୍ଣ୍ଣେଲ ପାଇଁ ତାଲିକାଭୁକ୍ତ ୧୦୮ ମହିଳାଙ୍କ ମଧ୍ୟରୁ, ଆବଶ୍ୟକ ମାନଦଣ୍ଡ ପୂରଣ କରୁଥିବା ଅଧିକାରୀମାନଙ୍କୁ ଫେବୃଆରୀ ୨୦ରୁ ପୁରୁଷ ସହକର୍ମୀଙ୍କ ସହିତ ସମାନ୍ତରାଳ ଭାବେ କମାଣ୍ଡ ଆସାଇନ୍‌ମେଣ୍ଟରେ ରଖାଯାଇଛି।

ଚୟନ ବୋର୍ଡ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିବା ମହିଳା ଅଧିକାରୀମାନେ ୧୯୯୨ ରୁ ୨୦୦୬ ବ୍ୟାଚ୍‌ର ଥିଲେ। ସେମାନେ ଇଞ୍ଜିନିୟର, ସିଗନାଲ୍‌, ଆର୍ମି ଏୟାର ଡିଫେନ୍ସ, ଇଣ୍ଟେଲିଜେନ୍ସ କର୍ପସ, ଆର୍ମି ସର୍ଭିସ କର୍ପସ, ଆର୍ମି ଅର୍ଡାନ୍ସ କର୍ପସ ଏବଂ ଇଲେକ୍ଟ୍ରିକାଲ ଏବଂ ମେକାନିକାଲ ଇଞ୍ଜିନିୟର ସହିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ତଥା ସେବାରେ ନିଯୁକ୍ତ ହୋଇଥିଲେ। ମନୋନୀତ ମହିଳା ଅଧିକାରୀଙ୍କ ପ୍ରାୟ ୫୦% କାର୍ଯ୍ୟକ୍ଷମ କ୍ଷେତ୍ରରେ ନିୟୋଜିତ ୟୁନିଟ୍‌ର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା...

ଏମିତି ବି ଆସେ ମୃତ୍ୟୁ: ସ୍କୁଲରେ ହେଲା ହୃଦ୍‌ଘାତ, ୮ ସେକେଣ୍ଡ ମଧ୍ୟରେ ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅହମ୍ମଦାବାଦ,୧୦।୧: ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା...

ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା

ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ...

କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ରାଜି ହେଲେ ହେମନ୍ତ ସୋରେନ

ରାଞ୍ଚି,୧୦।୧: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ବୈଠକରେ, ମୁଖ୍ୟମନ୍ତ୍ରୀ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

ଉଦ୍‌ଯାପନୀ ସମାରୋହରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧: ତିନି ଦିନ ଧରି ଚାଳିଥିବା ପ୍ରବାସୀ ଭାରତୀୟ ଦିବସର ଶୁକ୍ରବାର ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିଛନ୍ତି।...

ଦ୍ୱିତୀୟ ଇନିଂସ ଆରମ୍ଭ କଲେ ରଘୁବର, ସକ୍ରିୟ ରାଜନୀତିକୁ ଫେରିଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ

ରାଞ୍ଚି,୧୦।୧: ସମ୍ପ୍ରତି ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ରଘୁବର ଦାସ ଆନୁଷ୍ଠାନିକ ଭାବରେ ସକ୍ରିୟ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ...

ଦେଶରେ ବଢୁଛି HMPV ସଂକ୍ରମିତଙ୍କ ସଂଖ୍ୟା, ୮ ବର୍ଷର ଶିଶୁଙ୍କ ନମୁନା ପଜିଟିଭ

ହିମ୍ମତନଗର,୧୦।୧: ଦେଶରେ ମାନବ ମେଟାପନ୍ୟୁମୋଭାଇରସ (HMPV) ମାମଲା ନିରନ୍ତର ବୃଦ୍ଧି ପାଉଛି। ଗୁଜୁରାଟର ସାବରକଣ୍ଠାରେ ଜଣେ ୮ ବର୍ଷର ଶିଶୁ HMPV ରେ ସଂକ୍ରମିତ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri